ଦେଖନ୍ତୁ କିପରି ମାଲିକର ଶିଶୁକୁ କୁକୁର ଦେଉଛି ମା’ର ସ୍ନେହ

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆରେ କୁକୁର, ବିଲେଇ ଏବଂ ପଶୁମାନଙ୍କର ମଜାଳିଆ ଭିଡିଓ ନିଶ୍ଚୟ ଦେଖିଥିବେ। ଭିଡିଓଗୁଡିକରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଭାବପ୍ରବଣତା ଦୃଶ୍ୟ ଦେଖି ମୁଖରେ ଏକ ପ୍ରକାର ହସ ଖେଳି ଯାଇଥାଏ। । ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଆପଣ କୁକୁର ଓ ଶିଶୁର ସ୍ନେହର ମୁହୂର୍ତ୍ତକୁ ଦେଖି ଖୁସି ହୋଇଯିବ।

ଅନେକ ଲୋକ କୁକୁର, ବିଲେଇ ଏବଂ ଅନ୍ୟ ପଶୁପକ୍ଷୀଙ୍କୁ ପାଳିବାକୁ ଭଲ ପାଆନ୍ତି । ଅଧିକାଂଶ ଲୋକ ଏହି ଗୃହପାଳିତ ପଶୁଙ୍କୁ ନେଇ ଭାବପ୍ରବଣ ହୋଇଯାଇଥାନ୍ତି ।

 

ଭିଡିଓରେ ଦେଖିବାକୁ ମିଳୁଛି କି,  ଶିଶୁଟି ଏକ ସୋଫାରେ ବସିଥିବା ବେଳେ କୁକୁର ତାର ମୁଣ୍ଡକୁ ଚୁମ୍ବନ ଦେଇ ତାହା ସହ ଖେଳୁଛି। ଯେମିତି ଲାଗୁଛି ମାଲିକର ଶିଶୁକୁ କୁକୁର ମା’ ଭଳି ସ୍ନେହ କରୁଛି।

କୁକୁର ଓ ଶିଶୁଙ୍କ ଏହି ମଜାଳିଆ ଭିଡିଓ ଯୋଗ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ଭିଡିଓରେ କ୍ୟାପସନ୍ ଦିଆଯାଇଛି ଯେ, ‘ ଦୁହେଁ ପୂର୍ବରୁ ଭଲ ବନ୍ଧୁ ଅଟନ୍ତି।’ ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବହୁ ପସନ୍ଦ କରୁଛନ୍ତି।

ଗୋଟିଏ ଦିନରେ ଏହି ଭିଡିଓକୁ ୩୫ ହଜାରରୁ ଅଧିକ ଲାଇକ୍ ଏବଂ ୫ ହଜାରରୁ ଅଧିକ ରିଟ୍ୱିଟ ମିଳିଛି। ଏହି ଭିଡିଓରେ ଟ୍ୱିଟର ବ୍ୟବହାରକାରୀମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର