ଏସବୁ ଲୋକପ୍ରିୟ ପରମ୍ପରା ପଛରେ ରହିଛି ବୈଜ୍ଞାନିକ ତାତ୍ପର୍ଯ୍ୟ, ଜାଣନ୍ତୁ କେମିତି

ତୁଳସୀ କୁ ହିନ୍ଦୁ ଧର୍ମରେ ଏକ ପବିତ୍ର ବୃକ୍ଷ ବୋଲି ସମସ୍ତେ ମାନନ୍ତି । କଥାରେ ଅଛି ଯେ ତୁଳସୀ ପତ୍ରକୁ ଦାନ୍ତରେ ଚୋବେଇକି ଖାଇବା ଉଚିତ୍‌ ନୁହେଁ । ଏହା ଅନ୍ଧବିଶ୍ୱାସ ହେଲେ ମଧ୍ୟ ବୈଜ୍ଞାନିକ ଉପାୟରେ ଏହାକୁ ପ୍ରମାଣ କରାଯାଇଛି । ବୈଜ୍ଞାନିକଙ୍କ ଅନୁସାରେ ତୁଳସୀ ପତ୍ରରେ ଆର୍ସେନିକ୍‌ ଥାଏ । ଚୋବେଇବା ଦ୍ୱାରାମୁହଁରେ ଥିବା କ୍ଷାର ଅଂଶ ସହିତ ଏହା ମିଶିଯାଏ । ଫଳରେ ଦାନ୍ତର ବିଭିନ୍ନ ସମସ୍ୟା ଦେଖାଯାଏ । ସେଥିପାଇଁ ସିଧା ଖାଇଦେବା ଉଚିତ୍‌ ।

Speaking Tree

ମାନବଧର୍ମଶାସ୍ତ୍ର ନାମକ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖିତ ଅଛି ଯେ ଛୁଆ ଜନ୍ମ ହୋଇସାରିଲା ପରେ ତା’ର ନାଡିକୁ ତମ୍ବା ଧାତୁରେ ରଖିବା ଉଚିତ୍‌ । ଏହାକୁ ଅନ୍ଧବିଶ୍ୱାସ କୁହାଯାଏ । ବୈଜ୍ଞାନିକଙ୍କ ମତ ଅନୁସାରେ ମନୁଷ୍ୟ ନାଡି ଭିତରେ ଥିବା କୋଶିକା ଗୁଡିକର ଅନ୍ୟ କୋଶିକା ଉତ୍ପନ୍ନ କରିବାର କ୍ଷମତା ରହିଛି । ଏହାକୁ ସଂରକ୍ଷିତ ରଖିବାର ଉଦ୍ଦେଶ୍ୟ ବର୍ତ୍ତମାନର କ୍ଲୋନିଙ୍ଗ ସହିତ ଜଡିତ ।

Speaking Tree

ପାରମ୍ପରିକ ମତ ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ । ଏମିତି ଶୋଇଲେ ମସ୍ତିଷ୍କ ଏବଂ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ପୃଥିବୀର ଚୁମ୍ବକୀୟ ଶକ୍ତି ଏବଂ ଶରୀରର ଚୁମ୍ବକୀୟ ଶକ୍ତି ପରସ୍ପରକୁ ପ୍ରତିରୋଧ କରିବେ। ଯାହାର ଫଳ ଆମ ଶରୀର ଏବଂ ମସ୍ତି କୁ ଭୋଗିବାକୁ ପଡ଼ିବ ।

Speaking Tree

ହିନ୍ଦୁ ଧର୍ମରେ ବିବାହିତା ମହିଳାମାନେ ମଥାରେ ତିଳକ ବା ବିନ୍ଦି ଲଗାଇବା ପରମ୍ପରା ରହିଛି । ଏହାକୁ ଅନ୍ଧବିଶ୍ୱାସ କୁହାଯାଏ । ତିଳକ ଲଗାଇବାର ଉଦ୍ଦେଶ୍ୟ ହେଲା ଯେ ଶୀର୍ଷଗ୍ରନ୍ଥିକୁଡିକୁ ଶୀତଳତା ପ୍ରଦାନ କରିବା ।

Speaking Tree

ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ବା ଫେରିବା ପୂର୍ବରୁ ମନ୍ଦିର ଘଣ୍ଟି ବଜେଇବା ପ୍ରଥା ପ୍ରଚଳିତ । ମନ୍ଦିରର ଘଣ୍ଟି ବିଭିନ୍ନ ଧାତୁର ମିଶ୍ରଣରେ ତିଆରି ହୋଇଥାଏ । ସେ ଧାତୁଗୁଡିକ ହେଲା ସୀସା, ଜିଙ୍କ୍‌, ନିକେଲ ଓ ମ୍ୟାଗ୍ନେସିୟମ୍‌ । ଏମାନଙ୍କର ମିଶ୍ରଣ ଏମିତି ଶକ୍ତି ଥାଏ ଯେ ମନ୍ଦିରର ଘଣ୍ଟିର ଶଦ୍ଦରେ ମସ୍ତିଷ୍କର ବାମ ଓ ଡାହାଣ ପାର୍ଶ୍ୱ ଭିତରେ ସଂପର୍କ ସ୍ଥାପନ ହୋଇଥାଏ । ଫଳରେ ଶାନ୍ତି ମିଳିଥାଏ ।

Speaking Tree

କୁହାଯଏ କି ଶ୍ମଶାନରୁ ଫେରିଲାବେଳେ ସ୍ନାନ କରିବା ଉଚିତ୍‌ । ମୃତ୍ୟୁ ପରେ ଶ କୁ ସ୍ପର୍ଶ କରିବା ଦ୍ୱାରା ଅନେକ କୀଟାଣୁ ଆସିଥାଏ । ତେଣୁ ସ୍ନାନ ଜରୁରୀ।

Speaking Tree

କୁଯାଯାଏ କି ଖାଇଲା ସମୟରେ ଗୋଟିଏ ରୁଟି ବଳେଇବା ଦରକାର । ଏହା କରିବା ଫଳରେ ପରିବାରକୁ ଧନର ଆଗମନ ହୋଇଥାଏ । ପରିବାରରେ କେହି ଭୋକରେ ରହିବେନି । ବୈଜ୍ଞାନିକ ତଥ୍ୟ ଅନୁସାରେ ଭାରତରେ ଅତିଥି ଦେବୋ ଭବଃ ପରମ୍ପରା ଅଛି । ଆଗ କାଳରେ ଫୋନ୍‌ ନ ଥିଲା କିମ୍ବା ମେସେଜ୍‌ ବ୍ୟବସ୍ଥା ନ ଥିଲା। ଏପରି ସ୍ଥିତିରେ କେହି ଅତିଥି ଘର ଆସିଲେ ତାଙ୍କ ପାଇଁ ଖାଇବାର ବ୍ୟବସ୍ଥା ରହିବା ଉଚିତ୍‌। ସେଥିପାଇଁ ଏମିତି ଖାଇବା ରଖାଯାଇଥାଏ ।

Speaking Tree

ଆମ ଗୁରୁଜନମାନଙ୍କ କହିବା କଥା ହେଲା ଯେ ଖାଦ୍ୟ ଗ୍ରହଣ ପରେ ମିଠା ଖାଇବା ଉଚିତ୍‌ । ମିଠା ନ ଖାଇକି ବାହାରକୁ ଯିବା ଉଚିତ୍‌ ନୁହେଁ । ଭାରତୀୟ ଖାଦ୍ୟରେ ଅଧିକ ତେଲ ମସଲା ଥାଏ । ଯାହା ପେଟରେ ରହିଲେ ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେଣୁ ମସଲାଯୁକ୍ତ ଖାଦ୍ୟ ଖାଇବାପରେ ମିଠା ଖାଇବା ଆବଶ୍ୟକ ପଡ଼ିଥାଏ।

ସମ୍ବନ୍ଧିତ ଖବର