ଚର୍ଚ୍ଚାରେ ଏମ୍‌.ଏସ୍‌ ଧୋନୀ ହୋଟେଲ; ୨ବର୍ଷ ହେଲାଣି ଧୋନୀଙ୍କ ପ୍ରଶଂସକଙ୍କୁ ମାଗଣା ଖାଦ୍ୟ ପରଷି ଆସୁଛନ୍ତି ହୋଟେଲ ମାଲିକ

କୋଲକାତା : ମହେନ୍ଦ୍ର ସିଂହ ଧୋନୀଙ୍କୁ କ୍ରିକେଟର ଲିଜେଣ୍ଡ ବୋଲି କୁହାଯାଏ । ବିଶ୍ୱର ଲୋକପ୍ରିୟ  କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ହେଲେ ମହେନ୍ଦ୍ର ସିଂହ ଧୋନୀ । ତାଙ୍କ ବିନା ଭାରତୀୟ  କ୍ରିକେଟ ବିଷୟରେ ଭାବିବା ଅସମ୍ଭବ । ଭାରତୀୟ କ୍ରିକେଟରେ ତାଙ୍କର ଗୁରୁତ୍ୱ କେତେ ତାହା ଭାରତୀୟ ଟିମ୍‌ ସହ ଧୋନୀଙ୍କ ପ୍ରଶଂସକମାନଙ୍କୁ ଭଲ ଭାବରେ ଜଣା । ସମୟ ସହ ସେ ନିଜର ଦକ୍ଷତାକୁ ଆହୁରି ବଢ଼ାଇବାରେ ଲାଗିଛନ୍ତି । ଧୋନୀଙ୍କର ଅନେକ ବଡ଼ ବଡ଼ ପ୍ରଶଂସକ ରହିଛନ୍ତି, ଯେଉଁମାନେ ଧୋନୀଙ୍କ ପାଇଁ କିଛି ବି କରି ପାରନ୍ତି । ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ଜଣେ ପ୍ରଶଂସକଙ୍କ ମନରେ ଧୋନୀଙ୍କ ପ୍ରତି କେତେ ଭଲପାଇବା ରହିଛି, ତାହା ସାମ୍ନାକୁ ଆସିଛି ।

indiatimes.com

ପଶ୍ଚିମବଙ୍ଗର ଅଲିପୁରଦ୍ୱାରରେ ଶମ୍ଭୁ ବୋଷଙ୍କର ଏକ ରେସ୍ତୋରାଁ ରହିଛି, ଯାହାର ନାଁ ସେ ରଖିଛନ୍ତି ହୋଟେଲ ଏମ୍‌.ଏସ୍‌.ଧୋନୀ । ଦୁଇ ବର୍ଷ ହେଲାଣି ସେ ଧୋନୀଙ୍କ ପ୍ରଶଂସକମାନଙ୍କୁ ବିନା କୌଣସି ସର୍ତ୍ତରେ ମାଗଣାରେ ଖାଇବାକୁ ଦେଇ ଆସୁଛନ୍ତି । ଶମ୍ଭୁଙ୍କ କହିବା ଅନୁଯାୟୀ, ୨୦୦୫ରେ ଧୋନୀ କ୍ରିକେଟ ଜଗତରେ ପାଦ ଦେବା ପରଠାରୁ ହିଁ ମୁଁ ତାଙ୍କର ବଡ଼ ପ୍ରଶଂସକ ହୋଇ ରହି ଆସିଛି । ମୁଁ ମୋ ପିଲାବେଳୁ ତାଙ୍କୁ ଭଲ ପାଇ ଆସିଛି । ତାଙ୍କ ଭଳି ଆଉ କେହି ନାହାନ୍ତି । ସେ ମୋ ପାଇଁ ପ୍ରେରଣା । ମୁଁ ତାଙ୍କୁ ଦେଖା କରିବାକୁ ଚାହୁଁଥିଲେ ମଧ୍ୟ ମୋ ପାଖରେ ଟିକେଟ କିଣି ମ୍ୟାଚ୍‌ ଦେଖିବାର ଟଙ୍କା ନାହିଁ । ଧୋନୀଙ୍କୁ ମାଛ ତରକାରୀ ଭଲ ଲାଗେ ବୋଲି ମୁଁ ଜାଣିଛି ଏବଂ ଚାହୁଁଛି ସେ ଥରେ ମୋ ରେସ୍ତୋରାଁରେ ଆସି ଖାଆନ୍ତୁ ।

ସମ୍ବନ୍ଧିତ ଖବର