କାର୍ଗିଲ ଯୁଦ୍ଧ କ୍ଷେତ୍ରକୁ ଯବାନଙ୍କୁ ନେବା ଆଣିବାର ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଦେଶ ପାଇଁ ଲଢ଼ିଥିଲେ ରାମ ରତନ, ୨୯ପାକିସ୍ତାନୀ ଯବାନଙ୍କୁ ହତ୍ୟା କରି ପାଲଟିଥିଲେ ହିରୋ

ରାଞ୍ଚି : ଆସନ୍ତା କାଲି (ଶୁକ୍ରବାର) କାର୍ଗିଲ ବିଜୟ ଦିବସ ଥିବା ବେଳେ ଏବେ ଅବସର ନେଇ ସାରିଥିବା ହାବିଲଦାର ରାମ ରତନ ମହତୋ ଯୁଦ୍ଧ ସମୟକୁ ମନେ ପକାଇଛନ୍ତି । ଯବାନମାନଙ୍କୁ ଯୁଦ୍ଧ କ୍ଷେତ୍ରକୁ ନେବା-ଆଣିବା କରିବାର ଦାୟିତ୍ୱ ରାମଙ୍କୁ ଦିଆଯାଇଥିବା ବେଳେ ସେ ନିଜର ଦାୟିତ୍ୱ ସୂଚାରରୁପେ ତୁଲାଇ ଥିଲେ । କିନ୍ତୁ ଯେତେବେଳେ ପାକିସ୍ତାନୀ ଯବାନମାନେ ଭାରତୀୟ ଯବାନମାନଙ୍କୁ ଆକ୍ରମଣ କରିବାକୁ ଆସୁଥିବା ଦେଖିଥିଲେ, ତାଙ୍କ ମଧ୍ୟରେ ଥିବା ଦେଶପ୍ରେମ ଜାଗ୍ରତ ହୋଇଥିଲା । ଏକା ସେ ଶତ୍ରୁର ଗୁଳିକୁ ନ ଡ଼ରି ୨୯ପାକିସ୍ତାନୀ ଯବାନଙ୍କୁ ଗୁଳି କରି ହତ୍ୟା କରିଥିଲେ । ତାଙ୍କର ଏଭଳି ସାହାସିକତା ତାଙ୍କୁ ରାତା ରାତି କାର୍ଗିଲ ଯୁଦ୍ଧର ହିରୋ ବନାଇ ଦେଇଥିଲା । ସେ ଦିନ ସେ ଅନେକ ଯବାନଙ୍କୁ ନୂଆ ଜୀବନ ଦେଇଥିଲେ ।

Image result for this-army-driver-gunned-down-29-pakistani-soldiers

କାର୍ଗିଲ ଯୁଦ୍ଧର ସେ ରାତିକୁ ମନେ ପକାଇ ରାମ ରତନ କହିଛନ୍ତି, ମୁଁ ମୋଟର ଗରାଜ୍‌ରେ ଏକା ଥିବା ବେଳେ ଶତ୍ରୁକୁ ରାତି ୧୨ଟା ୩୦ମିନିଟ୍‌ରେ ମୋ ସହ ଆସିଥିବା ଯବାନମାନଙ୍କ ଆଡ଼କୁ ବଢ଼ୁଥିବା ଦେଖିଥିଲି । ଯଦି ସେମାନେ ସେଠାରେ ପହଞ୍ଚିଯିବେ, ତେବେ ଭାରତୀୟ ସେନାର ବହୁତ କ୍ଷତି ହେବ ବୋଲି ଭାବି ମୋ ପାଖରେ ଥିବା ଲାଇଟ୍‌ ମେସିନ୍‌ ଗନ୍ ସାହାଯ୍ୟରେ ମୁଁ ସେମାନଙ୍କ ଉପରକୁ ଗୁଳି ବର୍ଷା କରିବା ଆରମ୍ଭ କରି ଦେଇଥିଲି । ପାଖା ପାଖି ୨୯ଜଣ ଶତ୍ରକୁ ମୁଁ ନିପାତ କରିବାରେ ସଫଳ ହୋଇଥିଲି । ପରେ ସମସ୍ତଙ୍କୁ ଏ ନେଇ ଜଣା ପଡ଼ିବା ପରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ମୋତେ ଧରି ନାଚିବା ସହ ମୋତେ ହିରୋ ବୋଲି ସମ୍ବୋଧନ କହିଥିଲେ ।

ସମ୍ବନ୍ଧିତ ଖବର