ଦୁନିଆର ସବୁଠାରୁ ପୁରୁଣା ଓ ଦୀର୍ଘ ସମୟ ଧରି ଜଳୁଥିବା ବିଦ୍ୟୁତ୍‌ ବଲ୍‌ବ : ୧୧୮ ବର୍ଷ ଧରି ଜଳୁଛି!

ଗୋଟିଏ ବିଦ୍ୟୁତ୍‌ ବଲ୍‌ବର ଆୟୁଷ କେତେ ହୋଇପାରେ? ବର୍ଷେ, ଦୁଇ ବର୍ଷ ପାଞ୍ଚ ବର୍ଷ; ଆଉ କିଛି ବର୍ଷ ବି ଅଧିକ ହୋଇପାରେ। କିନ୍ତୁ, ଶହେ ବର୍ଷରୁ ଅଧିକ ସମୟ ଧରି ବଲ୍‌ବଟିଏ କ୍ରମାଗତ ଜଳିବା, ନିଶ୍ଚିତଭାବେ ସମସ୍ତଙ୍କୁ ବିସ୍ମିତ କରିବ। ଏମିତି ବଲ୍‌ବଟିଏ ଗଲା ୧୧୮ ବର୍ଷ ଧରି ଜଳିଆସୁଛି। ଏହା ସେଣ୍ଟେନିଆଲ୍‌ ଲାଇଟ୍‌ ବଲ୍‌ବ ଭାବେ ପରିଚିତ। ଦୁନିଆର ସବୁଠାରୁ ପୁରୁଣା ଓ ଦୀର୍ଘ ସମୟ ଧରି ଜଳୁଥିବା ବିଦ୍ୟୁତ୍‌ ବଲ୍‌ବ ଭାବେ ଏହା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲଡ ରେକର୍ଡସରେ ସ୍ଥାନିତ ହୋଇଛି।

News Track English

ବଲ୍‌ବଟି ରହିଛି ଆମେରିକାର କାଲିଫର୍ନିଆ ଅନ୍ତର୍ଗତ ଲିଭର‌୍‌ମର ଅଗ୍ନିଶମ କାର୍ଯ୍ୟାଳୟରେ। ଦେଖିବାକୁ ବର୍ତ୍ତମାନର ବିଦ୍ୟୁତ୍‌ ବଲ୍‌ବ ଭଳି, କିନ୍ତୁ ଏହାର ନିର୍ମାଣ ଢାଞ୍ଚା ସାମାନ୍ୟ ଭିନ୍ନ। କାରଣ ଏହା ୧୮୯୦ରେ ତିଆରି ହୋଇଥିଲା। ସେଲବାୟ ବିଦ୍ୟୁତ୍‌ କ˚ପାନି ଦ୍ୱାରା ନିର୍ମିତ ଏହି ବଲ୍‌ବଟି ୩୦ ଓ୍ୱାଟ୍‌ ବିଶିଷ୍ଟ। କ˚ପାନିର ମାଲିକ ଏହି ଅଗ୍ନିଶମ କାର୍ଯ୍ୟାଳୟକୁ ବଲ୍‌ବଟି ଦାନ କରିଥିଲେ ଏବଂ ୧୯୦୧ରେ ବଲ୍‌ବ ଜଳିବା ଆରମ୍ଭ କରିଥିଲା। ୧୯୦୩ରେ ଅଗ୍ନିଶମ ବିଭାଗର ନୂଆ କାର୍ଯ୍ୟାଳୟକୁ ବଲ୍‌ବଟି ସ୍ଥାନାନ୍ତରିତ ହେବା ସମୟରେ ମାତ୍ର କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା। ତେବେ, ୨୦୧୩ ମେ ମାସରେ ବଲ୍‌ବଟି ହଠାତ୍ ଜଳି ନଥିଲା। ସମସ୍ତଙ୍କ ଧାରଣା ହେଲା ବୋଧହୁଏ ବଲ୍‌ବଟି ଫ୍ୟୁଜ୍‌ ହୋଇଗଲା। କିନ୍ତୁ, ଇଲେକ୍ରିସିଆନ୍‌ଙ୍କ ଦ୍ୱାରା ଯାଞ୍ଚ ପରେ ଜଣାପଡ଼ିଲା ଯେ ବିଦ୍ୟୁତ୍ ତାର ଖରାପ। ତାର ବଦଳାଯାଇଥିଲା ଏବ˚ ସେହି ଦିନଠାରୁ ବଲ୍‌ବଟି ଲିଭିନାହିଁ। ଏହି ଅଲିଭା ବିଜୁଳି ବତି ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

ସମ୍ବନ୍ଧିତ ଖବର