୧୩ ବର୍ଷ ତଳେ ରୋଗୀ ସେବା କରିବାକୁ ଚେନ୍ନାଇ ଛାଡ଼ି ଆସାମ ଆସିଥିବା ଡାକ୍ତରଙ୍କୁ ପଦ୍ମଶ୍ରୀ, ଖୁସିରେ ଆତ୍ମହରା ହେଲେ ସ୍ଥାନୀୟ ଲୋକେ

ଚେନ୍ନାଇ: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ। ବେଳେ ବେଳେ ଏହି କଥାଟି ଶତ ପ୍ରତିଶତ ସତ ମଧ୍ୟ ଲାଗିଥାଏ। ଡକ୍ଟର ରବି କାନନ ହେଉଛନ୍ତି ସେହିପରି ଜଣେ ଡାକ୍ତର, ଯିଏକି ରୋଗାମାନଙ୍କ ସେବା କରିବାକୁ ଚେନ୍ନାଇ ଛାଡ଼ି ଆସାମ ପଳାଇ ଆସିଛନ୍ତି।

ଗତ କିଛି ବର୍ଷ ହେବ ଆସାମର ବାରାକ ଘାଟୀର ଚା ବଗିଚାରୁ ଏକ ଅଜଣା ରୋଗର ସୃଷ୍ଟି ହୋଇଛି। ବିଶେଷ କରି ଦିନ ମଜୁରିଆମାନଙ୍କୁ ଏହାର ଚିକିତ୍ସା ପାଇଁ ପ୍ରାୟ ୩୫୦ କିଲୋମିଟର ଚାଲି କରି ଯିବାକୁ ପଡ଼ିଥାଏ।

https://www.newindianexpress.com/

ମାତ୍ର ୨୦୧୭ ମସିହାରେ ସେମାନଙ୍କୁ ଆଶାର ଏକ କିରଣ ଦେଖା ଦେଇଥିଲା। ଡକ୍ଟର ରବି କାନନ ସେମାନଙ୍କୁ ଭଲ କରିବା ପାଇଁ ଚେନ୍ନାଇରୁ ଆସାମର ସିଲ୍‌ଚର ପର୍ଯ୍ୟନ୍ତ ଧାଇଁ ଆସିଥିଲେ।  ଲୋକଙ୍କ ଚିକିତ୍ସା କରୁକରୁ ୧୩ ବର୍ଷ ମଧ୍ୟରେ ରବି କାନନ ସେଇ ଲୋକମାନଙ୍କ ମଧ୍ୟରୁ ଜଣେ ହୋଇ ରହିଛନ୍ତି। ସେମାନଙ୍କ ସୁଖଦୁଃଖରେ ସହଭାଗୀ ପାଲଟି ଯାଇଛନ୍ତି।   ଯେତେବେଳେ ଏହି ପ‌ରୋପକାରୀ ଡାକ୍ତରଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଗଲା, ସେତେବେଳେ ସିଲ୍‌ଚରର ଲୋକମାନଙ୍କର ଖୁସି ଦ୍ବିଗୁଣ ହୋଇଗଲା।

ଡକ୍ଟର କାନନ ହେଉଛନ୍ତି ତାମିଲନାଡୁର କେଭି ତମ୍ବାରାମର ବାସିନ୍ଦା । ସେ ୨୦୦୬ ମସିହା ପର୍ଯ୍ୟନ୍ତ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଚେନ୍ନାଇରେ ଚିକିତ୍ସା କରି ଆସୁଥିଲେ। ତାଙ୍କ ମାଆଙ୍କର ଇଚ୍ଛା ଥିଲା ‌ସେ ଜଣେ ଡାକ୍ତର ହୁଅନ୍ତୁ । ସେ ନିଜ ମାଆଙ୍କ ଇଚ୍ଛାକୁ ସମ୍ମାନ ଦେଇ ଡାକ୍ତର ହୋଇ ରୋଗୀ ସେବା କରୁଛନ୍ତି।

ସମ୍ବନ୍ଧିତ ଖବର