ନୂଆଦିଲ୍ଲୀ: ଆମ ଦେଶ ଭାରତ ସ୍ବାଧୀନ ହେବା ପରେ ପ୍ରତିକ୍ଷେତ୍ରରେ ସଫଳତା ପାଇବାରେ ଅନ୍ୟ ଦେଶ ତୁଳନାରେ ଖୁବ୍ ଆଗରେ ରହିଛି । ବାହର ଶତ୍ରୁମାନଙ୍କ ଠାରୁ ଦେଶକୁ ସୁରକ୍ଷା ଦେବା ପାଇଁ ଆମର ଯବାନମାନେ ଦିନରାତି ସୀମାରେ ସଜାଗ ଅଛନ୍ତି । ଇତିହାସ ସାକ୍ଷୀ ଅଛି ଯେତେବେଳେ ବି ଶତ୍ରୁମାନେ ଆମ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ଆମ ଦେଶର ବୀର ଯବାନମାନେ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋ ଜଣେ ମହାନ ବୀରଙ୍କର । ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କ ବୀର ପଣିଆରେ ଦେଶ ପାଇଁ ଶହୀଦ ହେବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ସେମାନଙ୍କ ନାଁ ଶୁଣିବା ମାତ୍ରେ ଶତ୍ରୁମାନେ ଭୟ କରନ୍ତି । ତାଙ୍କର କୋଡ୍ ନାମ ହେଉଛି ‘ଶେର୍ଶା’ । ଏବେ ଆପଣ କୁହନ୍ତୁ ତାଙ୍କ ନାଁ କ’ଣ?
ଫଟୋ ଦେଖିବା ପରେ, ଆପଣ ନିଶ୍ଚୟ ଜାଣିପାରୁଥିବେ ଆମେ କାହା ବିଷୟରେ କହୁଛୁ । ଆମେ ଶହୀଦ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବିଷୟରେ କହୁଛୁ । ଏହି ଫଟୋକୁ ତାଙ୍କ ଭଉଣୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ଦେଖିଲେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ବିକ୍ରମ ବତ୍ରା ପିଲାଦିନେ ଏକ କାର ଉପରେ ବସିଛନ୍ତି ।
Today, my father shared this picture of Vikram which he came across in one of the albums. I am seeing it after many years. This is in Palampur military camp. In his childhood, he used to spend most of his time there.
Fond memories ❤️ pic.twitter.com/6TJCFpzpVb— Nutan Batra Malik (@NutanBatra) December 13, 2022
ହିମାଚଳ ପ୍ରଦେଶର ପାଲାମପୁର ଜିଲ୍ଲାର ବାସିନ୍ଦା ଶହୀଦ କ୍ୟାପଟେନ ବିକ୍ରମ ବାତ୍ରା । ଯିଏ ୨୪ ବର୍ଷ ବୟସରେ କାର୍ଗିଲ ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ସେବା କରୁଥିବା ସମୟରେ ଶହୀଦ କ୍ୟାପଟେନ ବିକ୍ରମ ବାତ୍ରା ୭ ଜୁଲାଇ ୧୯୯୯ ରେ ଦେଶ ପାଇଁ ଶହୀଦ ହୋଇଥିଲେ । ୧୫ ଅଗଷ୍ଟ ୧୯୯୯ ରେ ତାଙ୍କୁ ପରମ ବୀର ଚକ୍ର ପୁକସ୍କାରରେ ସମ୍ମାନିତ କରାଯାଇଥିଲା । ନିକଟରେ ତାଙ୍କ ଭଉଣୀ ନୂତନ ବାତ୍ରା ମଲିକ ଟ୍ୱିଟରରେ ଏହି ଚିତ୍ର ସେୟାର କରିଛନ୍ତି । ଚିତ୍ରରେ ଏକ କ୍ୟାପସନ୍ ମଧ୍ୟ ଲେଖାଯାଇଛି । ସେ ଲେଖିଛନ୍ତି- ଆଜି ମୋ ବାପା ବିକ୍ରମଙ୍କ ଏହି ଚିତ୍ର ସେୟାର କରିଛନ୍ତି । ମୁଁ ଏହାକୁ ବହୁତ ଦିନ ପରେ ଦେଖୁଛି । ଏହା ପାଲାମପୁର ମିଲିଟାରୀ କ୍ୟାମ୍ପର ଏକ ଫଟୋ ଅଟେ । ବିକ୍ରମ ପିଲାଦିନରେ ବହୁତ ସମୟ ଏଠାରେ ବିତାଉଥିଲେ ।