ପିଲାଙ୍କୁ ମଜାଦାରିଆ ଢଙ୍ଗରେ ଗଣିତ ପଢ଼ାଇ ଭୟ ଭଗାଉଛନ୍ତି ଏହି ଦମ୍ପତି!

ସବୁ ପିଲାଙ୍କ ମନରେ ଗଣିତକୁ ନେଇ ସାମାନ୍ୟ ଭୟ ତ ନିଶ୍ଚୟ ରହିଥାଏ। ଏମିତି ନୁହେଁ ଯେ କୌଣସି ପିଲା ଗଣିତକୁ ଭଲପାଆନ୍ତି ନାହିଁ। ମାତ୍ର ଗଣିତକୁ ଭଲପାଇ କରୁଥିବା ପିଲାଙ୍କ ସଂଖ୍ୟା ଅତି ନଗଣ୍ୟ। ଏ ଅଭିଜ୍ଞତା ହୁଏତ ଅଳ୍ପବହୁତ ସମସ୍ତଙ୍କର ଥିବ ଯେ ଗଣିତ କରିବା କଥା ପଡ଼ିଲେ ସାମାନ୍ୟ ଭୟ ମନକୁ ଘାରିଆସେ। ଏବେ ପିଲାଙ୍କ ମନରୁ ଏହି ଭୟକୁ କାଢ଼ି ଗଣିତକୁ ମଜାଦାରିଆ ଢଙ୍କରେ ପଢ଼ାଇ ଏକ ଦମ୍ପତି ଏବେ ଖୁବ୍‌ ଚର୍ଚ୍ଚାରେ।

ଭଦୋଦରାରେ ରହୁଥିବା ଦମ୍ପତି କାନନ ଏବଂ ଭାରତୀ ଭରଦ୍ୱାଜ ପିଲାଙ୍କ ମନରୁ ଗଣିତ ଭୟ କାଢ଼ିବା ପାଇଁ ଚେଷ୍ଟା କରିଛନ୍ତି। କୌଶଳ ବ୍ୟବହାର କରି ପାଠକୁ ସହଜ କରିବା ପାଇଁ ସେମାନେ ୨୦୧୦ ମସିହାରେ ମ୍ୟାଥ୍‌ ବଡି ବାହାର କଲେ। ଏହା ହେଉଛି ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସଂପୂର୍ଣ୍ଣ ପ୍ୟାକେଜ୍‌। ଏହା ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମାଧ୍ୟମରେ ଗଣିତ ପ୍ରଶ୍ନୋତ୍ତର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଦରକାରୀ।

ଅନେକ ପିଲା କେବଳ ଭୟ ହେତୁ ଗଣିତରେ ଦୁର୍ବଳ ହୋଇପଡ଼ନ୍ତି। କାନନ ଏବଂ ଭାରତୀ  ବାହାର କରିଥିବା ମ୍ୟାଥ୍‌ ବଡିର ପ୍ରଥମ କାମ ହେଲା ପିଲାଙ୍କ ମନରୁ ଭୟ କାଢ଼ିବ।

ମଜାରେ ମଜାରେ ପାଠ ପଢ଼ାଇ ଉଭୟ ଛାତ୍ର ଓ ଶିକ୍ଷକଙ୍କ ପାଇଁ ଗଣିତ ସୁଖପାଠ୍ୟ କରାଇବା ଏହି ଦମ୍ପତିଙ୍କ ଉଦେଶ୍ୟ। ଏହି ଉଦେଶ୍ୟ ନେଇ କାନନ ଏବଂ ଭାରତୀ ୨୦୦୫ରେ ଭାରତ ଫେରିଥିଲେ।

ସମ୍ବନ୍ଧିତ ଖବର