ଦିଲ୍ଲୀ ପୁଲିସ୍ ଅଧୀନରେ କାର୍ଯ୍ୟ କରୁଥିବା ସନ୍ଦୀପ, ନିଆରା ଢଙ୍ଗରେ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ କରି ଏବେ ଚର୍ଚ୍ଚାରେ। ହେଲ୍ମେଟ୍ ପିନ୍ଧି ନ ଥିବା ତଥା ଟ୍ରାଫିକ୍ ନିୟମ ମାନୁ ନ ଥିବା ମୋଟରସାଇକେଲ୍ ଚାଳକଙ୍କକୁ ସେ ମାଗଣାରେ ହେଲ୍ମେଟ୍ ବାଣ୍ଟୁଛନ୍ତି। ତେବେ, ନିଜ ବୃତ୍ତିଗତ କାର୍ଯ୍ୟରେ ଅବହେଳା କରି ନୁହେଁ, ବରଂ ଅବସର ସମୟକୁ ପଥଚାରୀଙ୍କ ଜୀବନ ସୁରକ୍ଷା କାର୍ଯ୍ୟରେ ବିନିଯୋଗ କରୁଛନ୍ତି। ପ୍ରତି ଦିନ କାମ ସରିବା ପରେ, ଉତ୍ତର-ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ରୋହିଣୀ ସହରର ଏକ ଟ୍ରାଫିକ୍ ପୋଷ୍ଟ୍ ନିକଟକୁ ସେ ଚାଲିଯାଆନ୍ତି। ଟ୍ରାଫିକ୍ ପୁଲିସ୍, କନଷ୍ଟେବଳଙ୍କ ଦ୍ୱାରା ରାସ୍ତା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରନ୍ତି ଏବଂ ଗୋଟିଏ ଲେଖାଏଁ ହେଲ୍ମେଟ୍ ଉପହାର ଦିଅନ୍ତି। ସଡ଼କ ସୁରକ୍ଷା ସହିତ ନିଜ ଜୀବନର ସୁରକ୍ଷା ବାବଦରେ ସେମାନଙ୍କୁ ସଚେତନ କରାନ୍ତି। ସନ୍ଦୀପ ବ୍ୟକ୍ତିଗତ ଭାବେ ଏ ପରି ମହତ୍ ଉଦ୍ୟମ ହାତକୁ ନେଇଛନ୍ତି। ପୁଲିସ୍ ବିଭାଗର ବରିଷ୍ଠ କର୍ମକର୍ତ୍ତା ଏବଂ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ସନ୍ଦୀପ ପ୍ରଶଂସିତ। ହେଲମେଟ୍ ନ ପିନ୍ଧିବା କାରଣରୁ ନବେ ପ୍ରତିଶତ ମୋଟରସାଇକେଲ ଆରୋହୀଙ୍କ ପ୍ରାଣ ହରାଉଥିବାରୁ ଏ ଭଳି ପଦକ୍ଷେପ ନେଇଥିବା ସନ୍ଦୀପ କହନ୍ତି। ମହିଳା ଏବଂ ବାଳକ-ବାଳିକାଙ୍କୁ ମଧ୍ୟ ସଡ଼କ ସୁରକ୍ଷା ସଂପର୍କରେ ସଚେତନ କରାଉଛନ୍ତି। ଆଗାମୀ ଦିନରେ ବାଇକ୍ ଚାଳକଙ୍କୁ ମୋବାଇଲ୍ ବ୍ୟବହାରରୁ କ୍ଷାନ୍ତ ରଖିବା ଦିଗରେ ସେ କାର୍ଯ୍ୟ କରିବେ।
ହେଲ୍ମେଟ୍ ବାଣ୍ଟୁଛନ୍ତି ଦିଲ୍ଲୀ ପୁଲିସ୍ର ଏହି କର୍ମଚାରୀ
/sambad/media/post_attachments/wp-content/uploads/2018/01/Delhi-Cop-free-helmets.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)