ଝଗଡ଼ା ହେବାରୁ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିଲେ ଜେଜେ ଓ ମାଆ, ଏମିତି ମେଣ୍ଟିଲା ବିବାଦ

କର୍ତାରବଜାର: ପତି-ପତ୍ନୀଙ୍କ ସଂପର୍କ ଯେତିକି ପୁରୁଣା ହୋଇ ହୋଇ ଚାଲେ ସେତିକି ମଜବୁତ୍‌ ହେବାରେ ଲାଗେ। ବେଳେ ବେଳେ କଳିଝଗଡ଼ା ବି ହୋଇଯାଏ। ମାତ୍ର ଜୀବନର ଶେଷ ସୋପାନରେ ପାଦ ରଖି ସାରିଥିବା କେଉଁ ବୟସ୍କ ପତି-ପତ୍ନୀଙ୍କୁ ମାମଲା ନେଇ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିବା ଆପଣ ଦେଖିଛନ୍ତି। ଉତ୍ତରପ୍ରଦେଶର କର୍ତାରବଜାରରେ ଦେଖିବାକୁ ମିଳିଛି ଏହି ଭଳି ଏକ ମଜାଦାର ଦୃଶ୍ୟ। ସେ ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ଜାଣିବାକୁ ମିଳିଛି ଯେ ବୃଦ୍ଧ ଓ ତାଙ୍କ ବୃଦ୍ଧା ପତ୍ନୀଙ୍କର କେଉଁ ଏକ କାରଣରୁ ଝଗଡ଼ା ଲାଗିଲା। ଝଗଡ଼ା ଏତେ ବଢ଼ିଗଲା ଯେ ସେମାନେ ପରସ୍ପର ମିଶି ଏହାକୁ ଆଉ ମୀମାଂସା କରିପାରିଲେନି। ବାଧ୍ୟ ହୋଇ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିଲେ ଏହି ବୟସ୍କ ଦମ୍ପତି। ପୁଲିସ୍‌ ଷ୍ଟେସନ୍‌ରେ ପୁଲିସ୍‌ ବି ମହାନତା ଦେଖାଇ ଦମ୍ପତିଙ୍କ ମୀମାଂସା କରାଇବା ପରେ ଖୁସିରେ ମିଠା ଆଣିଥିବା ଭିଡିଓରେ ଦେଖିବାକୁ ମିଳିଛି। ପ୍ରଥମେ ବୃଦ୍ଧା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଲଡୁ ଖୁଆଉଛନ୍ତି। ତାପରେ ସେ ଲଡୁ ଖାଇସାରିବା ପରେ ପୁଲିସ୍‌ ଆଉ ଏକ ଲଡୁ ବୃଦ୍ଧଙ୍କୁ ଧରାଇ ନିଜ ପତ୍ନୀଙ୍କୁ ଖୁଆଇବାକୁ କହୁଛି। ଏହିପରି ଭାବେ ସେମାନଙ୍କ ଝଗଡ଼ା ମେଣ୍ଟି ଯାଉଛି।

 

ଏହି ସମୟର ଭିଡିଓକୁ ଟ୍ବିଟର୍‌ରେ ସେୟାର କରିଛନ୍ତି ସଚିନ କୌଶିକ ନାମକ ଜଣେ ପୁଲିସ୍‌। ସେ ଲେଖିଛନ୍ତି ଜେଜେ ଓ ମାଆଙ୍କର ଝଗଡ଼ା ହୋଇଥିଲା। ସେ ଆମ ପାଖକୁ ଆସିଥିଲେ। ଏବେ ସେମାନଙ୍କ ବୁଝାମଣା ଦେଖନ୍ତୁ। ବୃଦ୍ଧଙ୍କ ବୟସ ୭୫ ବର୍ଷ।

ସମ୍ବନ୍ଧିତ ଖବର