ଗାନ୍ଧୀନଗର: ଆପଣ ଏପରି କୌଣସି ଘର ଦେଖିଛନ୍ତି କି ଯେଉଁଟି ଦୀର୍ଘ ବର୍ଷ ଧରି ପାଣି କିମ୍ବା ବିଜୁଳି ବିଲ୍ ଦେବାକୁ ପଡ଼ି ନଥିବ? ଆମେ ଆଜିି ସେହିପରି ଏକ ଘରର ଉଦାହାରଣ ଦେବୁ ଯେଉଁଠାରେ ଦୀର୍ଘ ୮ ବର୍ଷ ହେବ ଦେବାକୁ ପଡ଼ିନି ପାଣି କିମ୍ବା ବିଜୁଳି ବିଲ୍। ସ୍ନେହାଲ ପଟେଲ ନାମକ ଜଣେ ବ୍ୟକ୍ତି ସବୁବେଳେ ଏକ ପ୍ରାକୃତିକ ଘରର ସ୍ବପ୍ନ ଦେଖି ଆସୁଥିଲେ। ସୁରଟଭିତ୍ତିକ ଏହି ମେକାନିକାଲ୍ ଇଞ୍ଜିନିୟର ଜଣକ ନିଜ ସ୍ବପ୍ନକୁ ସାକାର କରିବାରେ ସଫଳ ହୋଇଛନ୍ତି। ସେ ଆଠ ବର୍ଷ ଧରି ସଂପୂର୍ଣ୍ଣ ଭାବେ ଏକ ପାକୃତିକ ପରିବେଶରେ ରହି ଆସୁଛନ୍ତି।
ତାଙ୍କ ଘରେ ସରକାରୀ ପାଣି ଯେଗାଣ ବ୍ୟବସ୍ଥା ନାହିଁ। ବର୍ଷା ଜଳକୁ ସଞ୍ଚୟ କରି ସେ ତାଙ୍କର ଜଳ ଆବଶ୍ୟକତା ପୂରଣ କରିଥାନ୍ତିି ଓ ସୌରଶକ୍ତି ଦ୍ବାରା ବିଜୁଳି ପାଉଛନ୍ତି ଇଞ୍ଜିନିୟର ସ୍ନେହାଲ୍। ଧୁଷର ଜଳକୁ ସେ ପାଇଖାନାରେ ବ୍ୟବହାର କରୁଥିବା ବେଳେ କଳା ପାଣିକୁ ପରିବା ଚାଷରେ ବ୍ୟବହାର କରିଥାନ୍ତି।
ପିଲାଦିନରୁ ପ୍ରକୃତି ପ୍ରତି ନିଜର ଗଭୀର ଆକର୍ଷଣ ପ୍ରକାଶ କରିଥିବା ସ୍ନେହାଲ୍ କହନ୍ତି, ‘ଆମେ ଏକ ‘ଉତ୍ତମ ଘର’ ସୃଷ୍ଟି କରିଛୁ। କାରଣ ଏଠାରେ ଅଣ-ବିଷାକ୍ତ ଉପାଦାନ କରାଯିବା ସହ ପରିବେଶକୁ ବେଶ୍ ସାଫସୁତରା ରଖାଯାଉଛି।’
ପିଲାଦିନେ ତାଙ୍କ ବାପା ଗୁଜରାଟର ଡାଙ୍ଗସ ଜଙ୍ଗଲକୁ ତାଙ୍କୁ ନେଇଯିବା ପରେ ସେହି ସ୍ଥାନକୁ ସେ ବାରମ୍ବାର ଯିବାକୁ ମନ ବଳାଇଥିଲେ। ୧୯୮୩ ମସିିହାରେ ସେ ମଣିପାଲରେ ତାଙ୍କର ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରିବା ପରେ ସୁରଟ ଫେରି ଆସିଲେ ଓ ଅନୁଭବ କଲେ ଯେ ସହରଟି ତା’ର ସବୁଜତା ହରାଉଛି। ମଣିପୁର ସହରର ସବୁଜ ପରିବଶେରେ ବଢ଼ି ଆସିଥିବା ସ୍ନେହାଲ୍ ସୁରଟକୁ ମଧ୍ୟ ସେହିପରି ଭାବେ ଦେଖିବାକୁ ଚାହୁଁଥିଲେ।
ସେ ୧୯୮୪ ମସିହାରେ ଛୋଟ ଛୋଟ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଦୁଇ ଜଣଙ୍କ ସହ ମିଶି ପ୍ରକୃତି କ୍ଲବ ପ୍ରତିଷ୍ଠା କରିଥିଲେ। ଏବେ ସେହି କ୍ଲବ୍ରର ଏବେ ପ୍ରାୟ ୨ ହଜାର ଜଣ ସଦସ୍ୟ ଓ ଏହା ଏବେ ଏକ ପ୍ରତିଷ୍ଠିତ ଏନ୍ଜିଓ ଭାବେ ପରିଚିତ।
/sambad/media/post_attachments/wp-content/uploads/2020/08/The-Patel-family-who-reside-in-the-eco-home-283x300.jpeg)
୧୯୯୬ ମସିହାରେ ସେ ୪ ଏକର ଏକ ଜମି କିଣି ଗଛ ଲଗାଇବା ଆରମ୍ଭ କରିଥିଲେ। ସେ ସମୟରୁ ହିଁ ସେ ସେଠାରେ ଘରର ପରିକଳ୍ପନା ଏବଂ ଯୋଜନା କରିଥିଲେ ବୋଲି ସ୍ନେହାଲ ପଟେଲ୍ କହନ୍ତି।
ପରେ ସେ ସେଠାରେ ତାଙ୍କ ସ୍ବପ୍ନର ଘର ତୋଳିବା ଆରମ୍ଭ କଲେ। ଛାତ ଉପରେ ସୌର ଏବଂ ପବନ ଚାଳିତ ବିଦ୍ୟୁତ୍ ସେଟଅପ୍ କଲେ, ଯାହାକି ଘରର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରେ। ଦୁଇ ମହଲା ବିଶିଷ୍ଟ ଏହି ଗୃହର ସଂପୂର୍ଣ୍ଣ ନିର୍ମାଣ ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିଲା। ସେ ସେଠାରେ ପ୍ରାୟ ୭୦ ପ୍ରକାରର ୭୦୦ ଗଛଲଗାଇ ଭୂତଳ ଜଳକୁ ମଧ୍ୟ ନିଜ କାର୍ଯ୍ୟରେ ବ୍ୟବହାର କରିପାରୁଛନ୍ତି।
/sambad/media/post_attachments/wp-content/uploads/2020/08/Pond-in-the-house-where-water-is-purified-using-plants-300x225.jpeg)
ସ୍ନେହାଲ ଏବଂ ତାଙ୍କ ପରିବାର ଆଠ ବର୍ଷ ଧରି ଏହି ତିନି ବଖରା ଘରେ ରହୁଛନ୍ତି। ଉନ୍ନତ କୌଶଳରେ ହୋଇଥିବା ଏହି କାଠ ଘରଟି ବେଶ୍ ଥଣ୍ଡା ଲାଗୁଛି ବୋଲି ମଧ୍ୟ ସେ କହନ୍ତି। ଘରର ଚାରିପାଖରେ ଝରକା ଥିବା ହେତୁ ପବନ ଚଳାଚଳ ଉତ୍ତମ ହେବା ସହ ଘରଟି ପୂରା ଆଲୋକମୟ ରହେ।
ଛାତ ଉପରେ ଥିବା ଏକ ପାଣି ଟାଙ୍କି ବର୍ଷା ଜଳକୁ ଏକ କପଡା ଫିଲ୍ଟର ଦ୍ବାରା ବିଶୁଦ୍ଧ କରିଥାଏ ଏବଂ ଏହା ରୋଷେଇ ଘର ଏବଂ ବାଥରୁମରେ ଥିବା ଟ୍ୟାପରେ ବ୍ୟବହୃତ ହୁଏ। ଥରେ ଛାତର ପାଣି ଟାଙ୍କି ପୂର୍ଣ୍ଣ ହେବା ପରେ ପାଣି ଏକ ଚ୍ୟାନେଲ ଦେଇ ପ୍ରବାହିତ ହୁଏ ଏବଂ ତଳ ମହଲାରେ ଥିବା ଅନ୍ୟ ଏକ ଟ୍ୟାଙ୍କ ସହିତ ସଂଯୋଗ ହୁଏ, ଯାହା ଦୁଇ ଲକ୍ଷ ଲିଟର ସଂରକ୍ଷଣ କରିପାରିବ। ଜଳ ଭଣ୍ଡାର ଟାଙ୍କିରେ ପହଞ୍ଚିବା ପୂର୍ବରୁ ଏହାକୁ ବାଲି ଓ ଅଙ୍ଗାର ଆଦି ଦ୍ୱାରା ପ୍ରାକୃତିକ ପଦ୍ଧତିରେ ଫିଲ୍ଟରିଂ କରାଯାଏ।