ଭାଇରାଲ ହେବାରେ ଲାଗିଛି ଜଙ୍ଗଲରେ ଗଛମାନେ ନିଶ୍ୱାସ ନେଉଥିବା ସମୟର ଅଦ୍ଭୁତ ଭିଡିଓ, ଜାଣନ୍ତୁ କ’ଣ ରହିଛି ଏହା ପଛର ରହସ୍ୟ

ନୂଆଦିଲ୍ଲୀ : ଏହି ଖବର ଏବଂ ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । କାରଣ ଆପଣମାନେ ମଣିଷ ବା ଜୀବଜନ୍ତୁମାନଙ୍କୁ ନିଶ୍ୱାସ ନେଉଥିବାର ଦେଖିଥିବେ । କେବେ ଜଙ୍ଗଲରେ ଥିବା ଗଛମାନଙ୍କୁ ନିଶ୍ୱାସ ନେଉଥିବାର ଦେଖିଛନ୍ତି କି? ପ୍ରଶ୍ନଟି ଆପଣଙ୍କୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ସୋସିଆଲ ମିଡ଼ିଆରେ ଏବେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଠି ଜଙ୍ଗଲ ମଧ୍ୟରେ ଗଛମାନେ ନିଶ୍ୱାସ ନେଉଥିବାର ଦେଖାଯାଇଛି । କିଛି ଲୋକ ଟ୍ଵିଟରରେ ଏହି ଭିଡ଼ିଓକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ମୁତାବକ, ଭିଡ଼ିଓରେ ଦେଖାଯାଉଥିବା ଜଙ୍ଗଲଟି କ୍ୟୁବେକ୍‌ ଜଙ୍ଗଲ ବୋଲି ଜଣାପଡ଼ିଛି । ଡ଼ାନିୟଲ ହୋଲାଣ୍ଡ ନାମକ ଜଣେ ଟ୍ଵିଟର ବ୍ୟବହାରକାରୀ ଏହି ଭିଡ଼ିଓକୁ ଟ୍ଵିଟ୍‌ କରିଥିବା ବେଳେ ଭିଡ଼ିଓରେ ଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ୟୁବେକ୍‌ ଜଙ୍ଗଲରେ ଥିବା ମାଟି ଉପରକୁ ଉଠିବା ଏବଂ ତଳକୁ ପଡ଼ୁଥିବା ବେଳେ ଗଛମାନେ ନିଶ୍ୱାସ ନେଉଛନ୍ତି ବୋଲି କିଛି ଲୋକେ କହିବା ଆରମ୍ଭ କରିଛନ୍ତି ।

ଅନ୍ୟ ପକ୍ଷରେ ଫୋର୍ବସ ଦେଇଥିବା ରିପୋର୍ଟ ମୁତାବକ, ଯେତେବେଳେ ଝଡ଼ ତୋଫାନ ଏବଂ ବର୍ଷା ହୋଇଥାଏ । ସେ ସମୟରେ ମାଟି ତଳେ ପାଣି ଭରି ଯାଇଥାଏ । ଯାହା ଗଛର ଚେର ଦୁର୍ବଳ ହେବାକୁ ଲାଗିଥାଏ । ଯେତେବେଳେ ଖୁବ୍‌ ଜୋରରେ ପବନ ହୋଇଥାଏ;ସେ ସମୟରେ ମାଟି ଏଭଳି ଭାବରେ ଉପରକୁ ଉଠିଥାଏ ବୋଲି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର