ବୀଣାକୁ ବ୍ୟବହାର କରି ବଲିଉଡ୍‌ କଣ୍ଠଶିଳ୍ପୀ ଶଙ୍କର ମାଧଓ୍ଵନଙ୍କ ବ୍ରେଥ୍‌ଲେସ୍‌ ଗୀତକୁ ନୂଆ ରୂପ ଦେଲେ ଏହି ମହିଳା, ଭାଇରାଲ ହେଉଥିବା ଭିଡିଓରେ ମହିଳାଙ୍କ ବୀଣା ବଜାଇବାର ଅନ୍ଦାଜ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ: ପୂର୍ବରୁ ଲୋକମାନଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର କଳା ଥାଇ ମଧ୍ୟ ସେମାନେ ତାହାକୁ ଦୁନିଆ ଆଗରେ ପରିପ୍ରକାଶ କରି ପାରୁ ନଥିଲେ । କାରଣ ସେ ସମୟରେ ଆଜି ଭଳି ଅତ୍ୟାଧୁନିକ ମାଧ୍ୟମ ସବୁ ଉପଲବ୍ଧ ନଥିଲା । ଆଜିକାଲିର ଡ଼ିଜିଟାଲ ଦୁନିଆରେ ଲୋକମାନେ ଅତି ସହଜରେ ନିଜର ଟ୍ୟାଲେଣ୍ଟକୁ ବିଶ୍ୱର ପ୍ରତି ଲୋକମାନଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି । ୟୁଟ୍ୟୁବ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଏବଂ ଟ୍ଵିଟର ଭଳି ସୋସିଆଲ ମିଡ଼ିଆ ସାଇଟ୍‌କୁ ବ୍ୟବହାର କରି ଲୋକମାନେ ନିଜର କଳାକୁ ନୂଆ ପରିଚୟ ଦେବାରେ ସଫଳ ହୋଇ ପାରୁଛନ୍ତି । ଯାହା ଏବେ ଭାଇରାଲ ହୋଇଥିବା ଭିଡ଼ିଓରୁ ସ୍ପଷ୍ଟ ଜଣା ପଡ଼ୁଛି ।

ସୂଚନା ମୁତାବକ, ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିଜ ଟ୍ଵିଟର ଆକାଉଣ୍ଟରେ ଜଣେ ମହିଳା ବୀଣା ବଜାଉଥିବାର ଭିଡ଼ିଓ ଟ୍ଵିଟ କରିଥିବା ବେଳେ ଏବେ ସେହି ଭିଡ଼ିଓ ଚାରିଆଡ଼େ ଚହଳ ପକାଇଛି । ଭିଡ଼ିଓରେ ଜଣେ ମହିଳା ବଲିଉଡ୍‌ର ଆଗଧାଡ଼ିର କଣ୍ଠଶିଳ୍ପୀ ଶଙ୍କର ମାଧଓ୍ଵନଙ୍କ ବହୁ ଚର୍ଚ୍ଚିତ ଗୀତ ବ୍ରେଥ୍‌ଲେସ୍‌କୁ ଏକ ନୂଆ ରୂପ ଦେଇଥିବା ଦେଖା ଯାଇଛି । ବୀଣା ସାହାଯ୍ୟରେ ସେ ଏହି ଗୀତଟିର ଧୁନ୍‌ ବଜାଇଥିବା ବେଳେ ୩ମିନିଟ୍‌ର ଏହି ଭିଡ଼ିଓ ସମସ୍ତଙ୍କୁ ଖୁସି କରାଇ ପାରିଛି । ୩ମିନିଟ୍‌ରେ ଏହି ଭିଡ଼ିଓରେ ମହିଳା ଜଣଙ୍କ ଅନବରତ ବୀଣା ବଜାଇବା ସହ ଏହାକୁ ଉପଭୋଗ କରୁଥିବା ଦେଖାଯାଇଥିଲା । ଟ୍ଵିଟରରେ ଏହି ଭିଡ଼ିଓ ଟ୍ଵିଟ୍‌ କରାଯିବା ପରେ ବ୍ୟବହାରକାରୀମାନେ ଏହି ଭିଡ଼ିଓକୁ ଖୁବ୍‌ ପ୍ରଶଂସା କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର