୨୩ ବର୍ଷ ହେଲାଣି ଏକା ସାଙ୍ଗରେ ଝାଡୁଦାର ସହ ସଂସ୍କୃତ ଶିକ୍ଷକର ଦାୟିତ୍ୱ ତୁଲାଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାରଣ

ଇନ୍ଦୋର : ଇନ୍ଦୋରରେ ରହୁଥିବା ବାସୁଦେବ ପଞ୍ଚାଲ ନାମକ ଜଣେ ବ୍ୟକ୍ତି ୨୩ବର୍ଷ ହେଲାଣି ଦୁଇଟି ପେସାରେ ନିଜର ଦାୟିତ୍ୱ ତୁଲାଇ ଆସୁଛନ୍ତି । ଗିରୋଟା ଗାଁରେ ଥିବା ସରକାରୀ ବିଦ୍ୟାଳୟରେ ବାସୁଦେବ ଝାଡୁଦାର ଭାବେ କାମ କରିବା ସହ ସଂସ୍କୃତ ଶିକ୍ଷକ ଭାବେ ମଧ୍ୟ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତିି । ପ୍ରତିଦିନ ସକାଳେ ସେ ଆଗ ସ୍କୁଲ ପହଞ୍ଚି ଝାଡ଼ୁ କରିବା ସହ ପୋଛା ମାରିଥାନ୍ତି । ପାଣି ଭରିବା ସହ ଶ୍ରେଣୀଗୃହରେ ଥିବା ସବୁ ଚେୟାର ସଫା କରିଥାନ୍ତି । ବାସ୍‌ ଏତିକିରେ ସରିଥାଏ ତାଙ୍କ ଝାଡୁଦାର  କାମ । ସ୍କୁଲକୁ ଛାତ୍ର-ଛାତ୍ରୀମାନେ ଆସିବା ପରେ ସେ ନିଜର ଦ୍ୱିତୀୟ କାମ ଆରମ୍ଭ କରନ୍ତି । ସ୍କୁଲକୁ ପିଲାମାନେ ଆସିବା ପରେ ସେ ଜଣେ ସଂସ୍କୃତ ଶିକ୍ଷକ ଭାବେ ନିଜର ଦାୟିତ୍ୱ ତୁଲାନ୍ତି ।

Image result for this-government-school-peon-in-indore-district-is-teaching-sanskrit-since-23-years
Daijiworld

ଗତ ୨୩ବର୍ଷ ହେଲାଣି ବାସୁଦେବ ଏଭଳି ଦୁଇଟି  କାମ କରି ଆସୁଛନ୍ତି । କାରଣ ଇନ୍ଦୋର ଜିଲ୍ଲା ମୁଖ୍ୟାଳୟରୁ ସ୍କୁଲଟି ୪୦କିଲୋମିଟର ଦୂରରେ ରହିଥିବା ବେଳେ ସେଠାକୁ କେହି ସଂସ୍କୃତ ପଢ଼ାଇବା  ଆସିବାକୁ ରାଜି ନ ହେବାରୁ ବାସୁଦେବଙ୍କୁ ସଂସ୍କୃତ ଶିକ୍ଷକ ଭାବେ କାମ ଆରମ୍ଭ କରିବାକୁ ପଡ଼ିଥିଲା । ସ୍କୁଲରେ ୧୭୫ଜଣ ପିଲାଙ୍କ ପାଇଁ ୩ ଜଣ ଶିକ୍ଷକ ଥିବା ବେଳେ ବାସୁଦେବଙ୍କୁ ଦୁଇଟି ଯାକ କାମ କରିବାକୁ ପଡ଼େ । ବାସୁଦେବ ସେହି ସ୍କୁଲରେ ପଢ଼ୁଥିବା ବେଳେ ସ୍କୁଲରେ ଶିକ୍ଷକ ଅଭାବ ଜାଣି ସେ ସଂସ୍କୃତ ପଢ଼ାଇବେ ବୋଲି ମନସ୍ଥ କରିଥିଲେ । ପ୍ରତିଦିନ ସେ ଦୁଇଟି କ୍ଲାସ୍‌ ନେଉଥିବା ବେଳେ ତାଙ୍କର ଏଭଳି କାମ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ସମ୍ବନ୍ଧିତ ଖବର