ନୂଆଦିଲ୍ଲୀ : ଆଜିକାଲି ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଲୋକମାନେ ଖାଦ୍ୟ ଛାଡ଼ି ପୋକ ଖାଉଥିବା ବେଳେ କିଛି ଲୋକ ନିଜକୁ ସୁସ୍ଥ ରଖିବା ପାଇଁ ନିଜର ପରିଶ୍ରା ପିଉଥିବା ଖବର ଆଗରୁ ଆମେ ଆପଣଙ୍କୁ ଦେଇ ସାରିଛୁ । ଏବେ ପୁଣି ଥରେ ସେଭଳି ଏକ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡର ସେଫିଲ୍ଡ ସହରରେ ରହୁଥିବା ଜଣେ ୩୭ବର୍ଷୀୟ ଯୁବକ ଫାବିନ୍ ନିଜର ପରିଶ୍ରା ପିଉଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫାବିନ୍ ନିଜ ପରିଶ୍ରାକୁ ମାସେ ଏକ ବୋତଲରେ ରଖିବା ପରେ ତାହାକୁ ପିଉଥିବା ବେଳେ ଅନେକ ସମୟରେ ପରିଶ୍ରା କରିବା ପରେ ହିଁ ସେ ତାହାକୁ ପିଉଥିବା କଥା କହିଛନ୍ତି । ଏପରି କରିବା ଦ୍ୱାରା ପୂର୍ବ ଅପେକ୍ଷା ସେ ଅଧିକ ସୁସ୍ଥ ଏବଂ ତାଙ୍କ ମନ ଖୁସି ରହୁଥିବା କଥା ସମସ୍ତଙ୍କୁ ଜଣାଇଛନ୍ତି ।
ତାଙ୍କ କହିବା ଅନୁଯାୟୀ, ମୁଁ ସବୁ ବେଳେ କିଛି ଭିନ୍ନ କରିବାର ଚେଷ୍ଟାରେ ରହିଥାଏ । ଥରେ ପରିଶ୍ରାକୁ ନେଇ ମୋ ମନରେ ଧାରଣା ଆସିବା ପରେ ମୁଁ ମୋ ପରିଶ୍ରାକୁ ପିଇଥିଲି । ପ୍ରଥମ ଅଧଘଣ୍ଟା ମୋତେ ଭଲ ଲାଗି ନଥିବା ବେଳେ ପରେ ମୁଁ ବହୁତ ଭଲ ଅନୁଭବ କରିଥିଲି । ଏହା ପରଠାରୁ ମୁଁ ପରିଶ୍ରା ରଖି ପିଇଥାଏ ବା ସଙ୍ଗେ ସଙ୍ଗେ ପିଇ ଦେଇଥାଏ । ଏବେ ମୁଁ ପ୍ରତିଦିନ ଗୋଟେ ଗ୍ଲାସ ପରିଶ୍ରା ପିଇ ଘରୁ ବାହାରୁଛି ବୋଲି କହିଛନ୍ତି ଫାବିନ୍ । ସେ ୩ବର୍ଷ ହେଲା ଏପରି କରି ଆସୁଥିବା ଜଣା ପଡ଼ିଛି ।