ମଙ୍ଗଳ ଗ୍ରହରେ ଜଳ ଅଛି ବୋଲି ଏହି ଭାରତୀୟ ଗଣିତଜ୍ଞ ୧୫ଶହ ବର୍ଷ ପୂର୍ବେ କହିଥିଲେ

ନୂଆଦିଲ୍ଲୀ: ଗତ ବର୍ଷ ଆମେରିକାର ମହାକାଶ ସଂସ୍ଥା ନାସା ଘୋଷଣା କରିଥିଲା ଯେ ମଙ୍ଗଳଗ୍ରହରେ ଜଳ ଥିବାର ଯଥେଷ୍ଟ ପ୍ରମାଣ ରହିଛି । ଏହା ଥିଲା ମହକାଶ ଗବେଷଣା କ୍ଷେତ୍ରରେ ଏକ ବଡ଼ ଘୋଷଣା । କିନ୍ତୁ ଜାଣନ୍ତି କି ପ୍ରାୟ ୧୫ଶହ ବର୍ଷ ପୂର୍ବରୁ ଜଣେ ଭାରତୀୟ ଏହା ଭବିଷ୍ୟବାଣୀ କରିଥିଲେ ବୋଲି ? ଷଷ୍ଠ ଶତାବ୍ଦୀରେ ଭାରତର ଉଜ୍ଜୟିନୀରେ ରହୁଥିବା ଗଣିତଜ୍ଞ ଓ ଜ୍ୟୋତିର୍ବିଦ ବରାହମିହିର ମହାକାଶ ଓ ଗ୍ରହମଣ୍ଡଳ ସଂପର୍କରେ ପ୍ରକାଶ କରିଥିବା ସିଦ୍ଧାନ୍ତ ଓ ଭବିଷ୍ୟବାଣୀ ଆଜିର ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି । ବରାହମିହିର ହିଁ ଗଣିତ ଦୂନିଆକୁ ତ୍ରିକୋଣମିତି ପ୍ରଦାନ କରିଥିଲେ । ତାଙ୍କର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ହେଉଛି ପଞ୍ଚସିଦ୍ଧାନ୍ତିକା ବା ୫ଟି ସିଦ୍ଧାନ୍ତ । ଏଥିରେ ଅନ୍ତର୍ଭୁକ୍ତ ରହିଛି ସୂର୍ଯ୍ୟସିଦ୍ଧାନ୍ତିକା । ଏଥିରେ ସେ ଗ୍ରହମଣ୍ଡଳ ଓ ସୂର୍ଯ୍ୟମଣ୍ଡଳ ସଂପର୍କରେ ଅତ୍ୟନ୍ତ ବିଜ୍ଞାନସମ୍ମତ ତଥ୍ୟ ଦେଇଛନ୍ତି । ଏପରିକି ସବୁ ଗ୍ରହମାନଙ୍କର ବ୍ୟାସ କେତେ, କେଉଁ ଗ୍ରହରେ କଣ ଅଛି ତାହା ଏଥିରେ ଲେଖାଅଛି । ଏହି ପୁସ୍ତକରେ ହିଁ ସେ ଲେଖିଥିଲେ ଯେ ମଙ୍ଗଳ ଗ୍ରହରେ ଜଳ ଓ ଲୌହ ଅଛି । ଏହାକୁ ନାସାର ତଥ୍ୟ ସତ ବୋଲି ପ୍ରମାଣିତ କରିଛି । ଆହୁରି ମଧ୍ୟ ଯେତେବେଳେ ୟୁରୋପର ସବୁ ଦେଶ ଭାବୁଥିଲେ ଯେ ପୃଥିବୀ ଚାରିପଟେ ସୂର୍ଯ୍ୟ ଓ ଅନ୍ୟ ଗ୍ରହମାନେ ବୁଲୁଛନ୍ତି ଓ ପୃଥିବୀର ଆକାର ଗୋଲ ନୁହେଁ, ସେତେବେଳେ ସେ କହିଥିଲେ ଯେ ଅଣ୍ଡାକୃତି ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲୁଛି ।

ସମ୍ବନ୍ଧିତ ଖବର