ବିଶ୍ୱରେ ରହିଛି ଏଭଳି କିଛି ରେଷ୍ଟୁରାଣ୍ଟ ଯେଉଁଠାରେ ଖାଦ୍ୟ ପରିବେଷଣ କରିବାର ପ୍ରକ୍ରିୟା ଅନ୍ୟ ରେଷ୍ଟୁରାଣ୍ଟମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା!

ଆଜିକାଲି ପ୍ରାୟ ସମସ୍ତେ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏଥିପାଇଁ ସେମାନେ ଭଲ ଭଲ ହୋଟେଲମାନଙ୍କରେ ଭିଡ଼ ଜମାଉଛନ୍ତି। ଲୋକମାନଙ୍କର ଚାହିଦାକୁ ଦେଖି ଦିନକୁ ଦିନ ଖୋଲିବାରେ ଲାଗିଛି ନୂଆ ନୂଆ ରେଷ୍ଟୁରାଣ୍ଟମାନ। ଏହି ରେଷ୍ଟୁରାଣ୍ଟମାନଙ୍କରେ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଉତ୍ତମ ଖାଦ୍ୟପଦାର୍ଥ ସହିତ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥାନ୍ତି।

ଏହା ସହିତ ଯଦି କେବେ ଆମେ ବାହାରକୁ ବୁଲିବାକୁ ଯାଉ ତେବେ ପ୍ରଥମେ ଖାଇବା ପାଇଁ ଗୋଟିଏ ଭଲ ହୋଟେଲ ସନ୍ଧାନ କରିଥାଉଁ ଏବଂ ଏଥିସହିତ ଉକ୍ତ ହୋଟେଲରେ ସମସ୍ତ ସୁବିଧା ଉପଲବ୍ଧ ରହିଛି କି ନାହିଁ ସେଥିପ୍ରତି ବି ଧ୍ୟାନ ଦେଇଥାଉ। ତଥାପି ବିଶ୍ୱରେ ଏପରି କିଛି ହୋଟେଲ ରହିଛି ଯାହା ଅନ୍ୟ ହୋଟେଲମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା। ଏଠାରେ ଖାଦ୍ୟ ପରିବେଷଣ କରିବାର ପ୍ରକ୍ରିୟା ଅନ୍ୟ ରେଷ୍ଟୁରାଣ୍ଟମାନଙ୍କଠାରୁ ବେଶ୍‌ ଭିନ୍ନ ଅଟେ। ଆସନ୍ତୁ ଜାଣିବା ଏହି ସବୁ ରେଷ୍ଟୁରାଣ୍ଟ ସମ୍ପର୍କରେ।

ତେପଇସ୍ଥିତ ଏସ ମ୍ୟୁଜିକ ରେଷ୍ଟୁରାଣ୍ଟରେ ନର୍ସଙ୍କ ଭଳି ପୋଷାକ ପରିଧାନ କରି ମହିଳା ୱେଟର୍ସ ଖାଦ୍ୟ ପରଷନ୍ତି ଏବଂ ଏମାନଙ୍କର ଖାଦ୍ୟ ପରଷିବା ଜରିଆ ମଧ୍ୟ କିଛି ଭିନ୍ନ ଧରଣର।

ମୋସ୍କୋରେ ଏକ ରେସ୍ତୋରାଁ ମଧ୍ୟ ଏଭଳି ରହିଛି, ଯେଉଁଠାରେ କାମ କରୁଥିବା ୱେଟର୍ସ ଜାଆଁଳା ଅଟନ୍ତି। ଏହି ଜାଆଁଳା ଭଉଣୀ ୱେଟର୍ସଙ୍କୁ ଦେଖିବାଲାଗି ଏହି ରେସ୍ତୋରାଁରେ ଲୋକଙ୍କ ଭିଡ ଲାଗିଥାଏ।

ଚୀନରେ ମଧ୍ୟ ଏଭଳି ଏକ ରେସ୍ତୋରାଁ ରହିଛି, ଯାହାର ଥିମ ଏବଂ ଲୁକ୍‌ ଜେଲ ଭଳି ହୋଇଛି। ଲୋକମାନେ ଏହି ଜେଲ ମଧ୍ୟରେ ବସି ଖାଦ୍ୟକୁ ଉପଭୋଗ କରିଥା’ନ୍ତି।

ପ୍ରସିଦ୍ଧ ହଲିଉଡର ଓପାକ୍ୟୁ କ୍ୟାଫେରେ ଅନ୍ଧାର କରି ଲୋକମାନଙ୍କୁ ଖାଦ୍ୟ ପରଷା ଯାଇଥାଏ। ଖାସ କଥା ହେଉଛି ନେତ୍ରହୀନ ୱେଟର୍ସଙ୍କ ଦ୍ୱାରା ଏଠାରେ ଖାଦ୍ୟ ପରଷା ଯାଇଥାଏ।

ଟୋକିଓରେ ଏପରି ଏକ ରେସ୍ତୋରାଁ ରହିଛି ଯେଉଁଠାରେ ପୁରୁଷମାନେ ମହିଳାମାନଙ୍କ ପୋଷାକ ପରିଧାନ କରି ଅତିଥିମାନଙ୍କୁ ଖାଦ୍ୟ ପରଷନ୍ତି।

ସମ୍ବନ୍ଧିତ ଖବର