୫ ଭାଇଙ୍କୁ ବିବାହ କରି ମହିଳା ସାଜିଲେ କଳିଯୁଗର ଦ୍ରୌପଦୀ

ଡେରାଡୁନ୍‌ : ଉତ୍ତରାଖଣ୍ଡର ଡେରାଡ଼ୁନ୍‌ରେ ଦେଖିବାକୁ ମିଳିଛନ୍ତି କଳିଯୁଗର ଦ୍ରୌପଦୀ ! ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବଙ୍କୁ ବିବାହ କରିଥିବା ଦ୍ରୌପଦୀଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ଏକା ସମୟରେ ପାଞ୍ଚ ଭାଇଙ୍କୁ ବିବାହ କରି ଦ୍ରୌପଦୀ ପାଲଟି ଥିଲେ ଇତିହାସର ଜଣେ ଅନନ୍ୟ ମହିଳା । ତେବେ ବର୍ତ୍ତମାନ ଉତ୍ତରାଖଣ୍ଡର ଡ଼େରାଡ଼ୁନସ୍ଥିତ ଏକ ଛୋଟ ଗ୍ରାମରେ ଜଣେ ମହିଳା ଏକ ପରିବାରର ୫ଜଣ ଭାଇଙ୍କୁ ବିବାହ କରି କଳିଯୁଗର ଦ୍ରୌପଦୀ ପାଲଟିଛନ୍ତି । ସେ ପାଞ୍ଚ ଭାଇଙ୍କ ସହ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ରହଛି ଏହା ପଛର କାରଣ ।

punjabkesari.in

ବିବାହ ଖାଲି ଏକ ପରମ୍ପରା ନୁହଁ, ଏହା ଏକ ପବିତ୍ର ବନ୍ଧନ । ଏହି ବନ୍ଧନରେ ପତି ପତ୍ନୀ ଜୀବନର ସବୁସ୍ଥାନରେ ଏକା ସାଙ୍ଗରେ ବିତାଇବାର ପ୍ରତିଜ୍ଞା କରିଥାନ୍ତି । ତେବେ ଭାରତର ପରମ୍ପରା ଅନୁଯାୟୀ ଜଣେ ମହିଳାଙ୍କୁ ଏକରୁ ଅଧିକ ବିବାହ କରିବା ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ରହିଛି। କିନ୍ତୁ ଉତ୍ତରାଖଣ୍ଡର ଡ଼େରାଡ଼ୁନ୍‌ ନିକଟରେ ୨୧ ବର୍ଷିୟ ରଜୋ ଗୋଟିଏ ପରିବାରର ୫ ଜଣ ଭାଇଙ୍କୁ ବିବାହ କରିଛନ୍ତି । ଏଥିପାଇଁ ତାଙ୍କୁ କୌଣସି ପ୍ରକାରର ଜୋର ଜବରଦସ୍ତି କରାଯାଇନାହିଁ । ତେବେ ରଜୋ ପାଞ୍ଚଜଣ ଭାଇଙ୍କୁ ବିବାହ କରି ଅତ୍ୟନ୍ତ ଖୁସିରେ ରହିଥିବାର କହିଛନ୍ତି। ସେ ତାଙ୍କର ୫ଜଣ ସ୍ୱାମୀଙ୍କୁ ସମାନ ଭାବେ ଭଲପାଇବା ସହ ସମୟ ମଧ୍ୟ ଦେଇଥାନ୍ତି । ତାଙ୍କ ମଧ୍ୟରେ କୌଣସି ପ୍ରକାରର ଇର୍ଷାଭାବନାହିଁ । ଏକା ସମୟରେ ୫ଜଣ ସ୍ୱାମୀଙ୍କ ଭଲ ପାଇବା ପାଇ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର