ସର୍ବଭାରତୀୟ ସ୍ତରରେ ପ୍ରତି ମିନିଟ୍ରେ ପ୍ରାୟ ତିନିଜଣ ମହିଳାଙ୍କ ଭିତରୁ ଜଣେ ମହିଳା ଶାରୀରିକ କିମ୍ବା ଯୌନ ଶୋଷଣର ଶିକାର ହେଉଛନ୍ତି।
୪୪% ମହିଳା ପାରିବାରିକ ହିଂସା କିମ୍ବା ନିଜର କ୍ଷତି ଭୟରେ ସେମାନଙ୍କର ଯୌନ ଶୋଷଣ ଓ ପ୍ରଜନନ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ବିଷୟରେ ନିଜସ୍ବ ନିଷ୍ପତ୍ତି ନେଇପାରନ୍ତି ନାହିଁ।
ଏକ ସର୍ଭେ ଅନୁସାରେ, ୨୭% ମହିଳା ୧୫-୪୯ ବର୍ଷ ବୟସ ମଧ୍ୟରେ ସେମାନଙ୍କ ଅନ୍ତରଙ୍ଗ ସାଥୀ ଦ୍ବାରା ଶାରୀରିକ ଏବଂ ମାନସିକ ତଥା ଯୌନଶୋଷଣର ଶିକାର ହୁଅନ୍ତି। ଏବଂ ପ୍ରାୟ ୧୬%ରୁ ଅଧିକ ମହିଳା ଗର୍ଭପାତ କରାଇଥା’ନ୍ତି।
ଭାରତରେ ଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିବି) ରିପୋର୍ଟ ଅନୁସାରେ କେବଳ ୨୦୧୩ରେ ମହିଳାଙ୍କ ଉପରେ ୩୦୯,୫୪୬ ଟି ଅପରାଧ ହୋଇଥିବା ରିପୋର୍ଟ କରାଯାଇଥିଲା ଏବଂ ଏଥିମଧ୍ୟରୁ ୧୧୮,୮୬୬ ଟି ଘରୋଇ ହିଂସା ସହିତ ଜଡ଼ିତ ଥିଲା।
୨୦୨୦ରେ ସର୍ବଭାରତୀୟ ସ୍ତରରେ ୮୧,୦୦୦ ମହିଳା ଏବଂ ବାଳିକା ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୪୭,୦୦୦ (୫୮%) ଅନ୍ତରଙ୍ଗ ସାଥୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ବାରା ମୃତ୍ୟୁର ଶିକାର ହୋଇଥିଲେ। ପ୍ରତି ୧୧ ମିନିଟରେ ହାରାହାରି ଗୋଟିଏ ମୃତ୍ୟୁ ଘଟେ।
ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ୨୦୨୨ ମସିହାରେ ‘ଘରୋଇ ହିଂସା ବିରୋଧରେ ମହିଳାଙ୍କ ସୁରକ୍ଷା’ ଅଧୀନରେ ୬,୫୦୦ ରୁ ଅଧିକ ଅଭିଯୋଗ ଗ୍ରହଣ କରିଥିଲା।