ରାତିରେ ଶୋଇବା ପୂର୍ବରୁ ବାସନ ମାଜନ୍ତି ବିଲ୍ ଗେଟ୍ସ ଓ ଜେଫ୍ ବେଜୋସ !

ନୂଆଦିଲ୍ଲୀ: ବିଶ୍ବର ବଡ କମ୍ପାନିଗୁଡିକର ସହ-ପ୍ରତିଷ୍ଠାତା ଏବଂ ସିଇଓମାନଙ୍କ ଜୀବନଯାପନ ପ୍ରଣାଳି କିପରି ସେ ସଂପର୍କରେ ଜାଣିବା ଲାଗି ଅନେକଙ୍କ ମନରେ କୌତୁହଳ ରହିଥାଏ।  ଏତେ ବଡ଼ ବଡ଼ କମ୍ପାନି ସମ୍ଭାଳିବା ସହ ଏତେ ଅଧିକ ସମ୍ପତ୍ତିର ମାଲିକ ହେବା ପ‌ରେ ସେମାନେ ପ୍ରତିଦିନର ପ୍ରତିଯୋଗିତାକୁ କିଭଳି ଶାନ୍ତ ମନରେ ସାମ୍ନା କରନ୍ତି, ଏ ବିଷୟରେ ଆପଣଙ୍କର ଜାଣିବାର ଇଚ୍ଛା ନିଶ୍ଚୟ ଥିବ। ତେବେ ପୃଥିବୀର ବୃହତ କମ୍ପାନି ଚଳାଉଥିବା ବ୍ୟକ୍ତିମାନେ ମସ୍ତିଷ୍କକୁ ଶାନ୍ତ ରଖିବା ସହ ଆରାମ ଦେବା ପାଇଁ ଅତି ସାଧାରଣ କାମ କରୁଥିବା ଜଣାପଡ଼ିଛି। ଆମାଜନର ପୂର୍ବ ସିଇଓ ଜେଫ୍ ବେଜୋସ ଓ ମାଇକ୍ରୋସପ୍ଟର ପୂର୍ବତନ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ନିଜ ମସ୍ତିଷ୍କକୁ ଶାନ୍ତ ଓ ଚାପମୁକ୍ତ ରଖିବା ପାଇଁ ରାତିରେ ବାସନ ମାଜନ୍ତି ବୋଲି କହିଛନ୍ତି।

୨୦୧୪ରେ ଆମାଜନର ପୂର୍ବ ସିଇଓ ଜେଫ୍ ବେଜୋସ ଏକ ସାକ୍ଷାତକାରରେ କହିଥିଲେ ଯେ, ମୁଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବାସନ ମାଜେ। ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ। ସେହିଭଳି ବିଲ୍ ଗେଟ୍ସ କହିଥିଲେ ଯେ, ମୁଁ ଶୋଇବା ପୂର୍ବରୁ ବାସନ ମାଜିବାକୁ ଭଲପାଏ। ମୋତେ ସାହାଯ୍ୟ କରିବା ପାଇଁ ଲୋକ ଥିଲେ ବି ମୁଁ ମୋର ବାସନ ମାଜିବା ଶୈଳୀକୁ ଅଧିକ ଭଲପାଏ। ବାସନ ମାଜି ସାରିବା ପରେ ମୁଁ ବହି ପଢ଼େ।

inc

 

ତେବେ ଲୋକେ ନିଜ କାମର ଚାପକୁ କମ କରିବା ପାଇଁ ଭିନ୍ନ ଭିନ୍ନ କାମ କରିଥାନ୍ତି। ଭଲ ନିଦ ପାଇଁ ବହି ପଢ଼ିବା ଓ ଯୋଗ କରିବା ଭଳି କାମ କରିଥାନ୍ତି ଲୋକେ। ଏଭଳି ସ୍ଥିତିରେ ଭଲ ନିଦ ପାଇଁ ଓ କାମର ଚାପକୁ ହ୍ରାସ କରିବା ପାଇଁ ବିଲ ଗେଟ୍ସ ଓ ବେ‌ଜୋସ କରୁଥିବା କାମ ଅନନ୍ୟ ନିଶ୍ଚୟ।

ସମ୍ବନ୍ଧିତ ଖବର