କୋରିଆ ଓ ଅଯୋଧ୍ୟା ମଧ୍ୟରେ ଥିଲା ଐତିହାସିକ ସମ୍ପର୍କ। ପ୍ରାଚୀନ ନଗରୀ ଅଯୋଧ୍ୟାରେ ଶ୍ରୀରାମ ଜନ୍ମ ଗ୍ରହଣ କରିଥିବାରୁ ଏହାକୁ ଭାରତର ପବିତ୍ରତମ ନଗରୀ ମଧ୍ୟରେ ଗଣାଯାଏ। ଏବଂ ପ୍ରତି ବର୍ଷ ପବିତ୍ର ନଗରୀକୁ ଆସନ୍ତି ଶହ ଶହ କୋରିଆବାସୀ। କିନ୍ତୁ, ସେମାନେ କାହିଁକି ଭାରତ ଆସନ୍ତି ଯେ? ସେମାନେ ଆସନ୍ତି କିଂବଦନ୍ତି ରାଣୀ ହେଓ ହ୍ଵାଙ୍ଗ୍-ଓକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ। ସେମାନଙ୍କ ରାଣୀ ଅଯୋଧ୍ୟାରେ କ’ଣ କରନ୍ତି? ଏ ସବୁ ବିଷୟ ରହସ୍ୟମୟ ମନେ ହେଉଥାଇ ପାରେ। ସେ ବିଷୟରେ ଥିବା କାହାଣୀଟି ମଧ୍ୟ ବଡ଼ ଅଦ୍ଭୁଦ ମନେ ହୋଇ ପାରେ।
Sambad is now on WhatsApp
Join and get latest news updates delivered to you via WhatsApp
କଥିତ ଅଛି ରାଣୀ ସୁରୋ ବା ରାଜକୁମାରୀ ହେଓ ହ୍ଵାଙ୍ଗ୍-ଓକ୍ ଅଯୋଧ୍ୟାରୁ କୋରିଆକୁ ଆସିଥିଲେ। ସେ ଜଳଯାତ୍ରା କରିବାବେଳେ ସାଥିରେ ଆଣିଥିବା ଖଣ୍ଡେ ପଥର ସମୁଦ୍ରକୁ ସ୍ଥିର କରି ପକାଉଥିଲା। ଏଇ ପଥର ଖଣ୍ଡିକ ପାଇଁ ହିଁ ସେ ନୌକାରେ ସମୁଦ୍ର ପଥ ଦେଇ ନିରାପଦରେ ଅଯୋଧ୍ୟାରୁ କୋରିଆରେ ପହଞ୍ଚି ଥିଲେ। ପରେ ସେ ହେଲେ ଗେଉମ୍ଗ୍ଵାନ୍ ଗୟାର ରାଜା ସୁରୋଙ୍କ ପାଟରାଣୀ।
ବାହାଘର ସମୟରେ ସୁରୋଙ୍କୁ ହୋଇଥିଲା ମାତ୍ର ୧୬ ବର୍ଷ। ଏହି କାରଣରୁ ପବିତ୍ର ନଗରୀ ଅଯୋଧ୍ୟାକୁ ୭୦ ଲକ୍ଷ କୋରୀୟ ଲୋକେ ସେମାନଙ୍କ ମାମୁଘର ବୋଲି ବିଚାର କରନ୍ତି। ସେମାନଙ୍କର ବିଶ୍ୱାସ ରାଜକୁମାରୀଙ୍କ ବଂଶଧରମାନେ ୭ମ ଶତାବ୍ଦୀରେ କେତେଗୁଡ଼ିଏ କୋରୀୟ ରାଜ୍ୟକୁ ଏକତ୍ର କରିଥିଲେ। ସେମାନେ କାରା ରାଜବଂଶର ଦାୟଦ ଏବଂ କୋରିଆର ସବୁଠୁ ବଡ଼ ରାଜବଂଶ।
ହାନିୟାଙ୍ଗ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ମୋ କିମ୍ କହନ୍ତି: କୋରିଆର ସବୁଠୁ ବଡ଼ ରାଜବଂଶ ରାଣୀ ‘ହୋ’ ଅଯୋଧ୍ୟାର ଝିଅ। ସେହି କାରଣରୁ ଅଯୋଧ୍ୟା ଆମର ମାତୃନଗରୀ। ରାଜକୁମାରୀ ହୋ ସମୁଦ୍ର ପଥରେ ଯାତ୍ରା କରି କାରା ରାଜବଂଶର ରାଜା କିମ୍ ସୁରୋଙ୍କୁ ବିବାହ କରିଥିଲେ।
ରାଜକୁମାରୀ ରଖିଥିବା ଯୁଗଳ ପଥର ମାଛଟି ମଧ୍ୟ ଅଯୋଧ୍ୟାର ସଂକେତ। ପ୍ରଫେସର ମହାଶୟ କହନ୍ତି: ଚିତ୍ରଗତ ପ୍ରମାଣ ଅନୁସାରେ, ଏହି ଯୁଗଳ ମାଛର ସୃଷ୍ଟି ମଧ୍ୟପ୍ରାଚ୍ୟରେ। ବିଶ୍ୱର ଭିନ୍ନ ଭିନ୍ନ ଦେଶକୁ ଯାଇ ତାହା ଲକ୍ଷ୍ନୌ ଅଞ୍ଚଳରେ ପ୍ରତିଷ୍ଠିତ ହୋଇ ପାରିଥିଲା। ଏହି ଯୁଗଳ ମାଛର ସଂକେତ ନେପାଳ, ପାକିସ୍ତାନ ଏବଂ ଜାପାନରେ ଥିବା ପ୍ରାଚୀନ ସୌଧମାନଙ୍କରେ ଦେଖିବାକୁ ମିଳେ। ସେହି ମାଛ ରାଜା ସୁରୋଙ୍କ ସମାଧିସ୍ଥଳରେ ଫାଟକରେ ମଧ୍ୟ ରହିଛି।
ଭୂସ୍ୱର୍ଗ ଅଯୋଧ୍ୟା ଏବଂ ୪୮ ଶତାବ୍ଦୀରୁ ଏହା ସହ କୋରିଆର ସମ୍ପର୍କ ରହିଛି।
ସେ ଆହୁରି କହନ୍ତି: ଅଯୋଧ୍ୟା ସହ ମୋ ଗୁଣସୂତ୍ରର ସମ୍ପର୍କ ରହିଛି। ଉଭୟ ଦେଶର ପରିବ୍ରାଜକମାନେ କେବଳ ପଣ୍ୟଦ୍ରବ୍ୟ ବ୍ୟବସାୟ କରୁ ନ ଥିଲେ, ସେମାନଙ୍କ ମଧ୍ୟରେ ଗୁଣସୂତ୍ରର ମଧ୍ୟ ବିନିମୟ ଚାଲିଥିଲା। ମୁଁ କାରା ରାଜବଂଶ ସମ୍ଭୁତ। ସେ ରାଜବଂଶର ପ୍ରଥମ ନାରୀ ଥିଲେ ଅଯୋଧ୍ୟାର ରାଜକୁମାରୀ। ତାଙ୍କର ଭାଇମାନେ ଅଯୋଧ୍ୟାର ରାଜା ହୋଇଥିଲେ। ଏମିତି ମୁଁ ସେ ପବିତ୍ର ସହର ସହ ସଂଯୁକ୍ତ। ପୁରାଣ କହେ, ସେ ରାଣୀ ୧୫୭ ବର୍ଷ ବୟସରେ ଶରୀର ଛାଡ଼ିଥିଲେ।