ନୂଆଦିଲ୍ଲୀ : କେରଳର ତ୍ରିଶୁରରେ ଥିବା ବିୟୁର ସେଣ୍ଟ୍ରାଲ ଜେଲରେ ୮ବର୍ଷ ହେଲାଣି ଏକ କ୍ୟାଣ୍ଟିନ ଚାଲି ଆସୁଛି । ଯେଉଁଠି ବନ୍ଦୀ ଥିବା କଏଦି ରୋଷେଇ କରୁଥିବା ବେଳେ ସ୍ୱିଗ୍ଗୀ ଜରିଆରେ ତାହାକୁ ଅନ୍ଲାଇନ ବିକ୍ରି କରାଯାଉଥିବା ଜଣା ପଡ଼ିଛି । କ୍ୟାଣ୍ଟିନର ନାଁ ଫ୍ରିଡମ ଫୁଡ୍ ଫ୍ୟାକ୍ଟ୍ରୀ ରଖା ଯାଇଥିବା ବେଳେ କ୍ୟାଣ୍ଟିନର ଖାଇବା ଖୁବ୍ ପ୍ରସିଦ୍ଧ । ଧିରେ ଧିରେ କ୍ୟାଣ୍ଟିନରେ ତିଆରି ହେଉଥିବା ଖାଦ୍ୟର ଲୋକପ୍ରିୟତା ବଢ଼ୁଥିବା ଦେଖି ଏହାର ସେବା ବିୟୁର ବାହାରେ ମଧ୍ୟ ଉପଲବ୍ଧ କରାଇବା ପାଇଁ ଯୋଜନା ଆରମ୍ଭ ହୋଇ ଯାଇଛି । ଏଠାରେ ବିରିୟାନୀ, ରୁଟି ସମେତ ଅନେକ ସ୍ୱାଦିଷ୍ଟ ଜିନିଷ ମିଳିଥାଏ ।
oneindia.comତେବେ ଫୁଡ୍ ଡେଲିଭରୀ ଆପ୍ ସ୍ୱିଗ୍ଗୀରେ ଖାଦ୍ୟର ଲୋକପ୍ରିୟତା ବଢ଼ାଇବା ପାଇଁ କଏଦି ମାନେ ଖାଦ୍ୟର ସ୍ୱତନ୍ତ୍ର କମ୍ବୋ ତିଆରି କରିଛନ୍ତି । ଯାହାର ନାଁ ଫ୍ରିଡମ କମ୍ବୋ ମିଲ ରଖାଯାଇଛି । ଦାମ୍ ୧୨୭ଟଙ୍କା ଥିବା ବେଳେ ଏହି ମିଲ୍ରେ ୩୦୦ଗ୍ରାମ ବିରିୟାନୀ ରାଇସ୍, ୩ଟି ରୁଟି, ଗୋଟେ ଚିକେନ ଲେଗ୍ ଫ୍ରାଏ, ମାଂସ ତରକାରୀ, ସାଲାଡ, ଆଚାର,ପାଣି ଏବଂ କପ କେକ୍ ଦିଆଯାଇଥାଏ । ୧୦୦ଜଣ କଏଦି ଏହି କାମରେ ଲାଗିଥିବା ବେଳେ ହେଉଥିବା ଆୟ ସେମାନଙ୍କୁ ଦେଇ ଦିଆଯାଇଥାଏ । ମହିଳା କଏଦିମାନେ ଏଠାରେ କେରଳର ପାରମ୍ପାରିକ ସ୍ନାକ୍ସ ତିଆରି କରୁଥିବା ମଧ୍ୟ ଜଣା ପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/dc-Cover-u7qjg78attlcjic7d0g9q10o17-20190710030322.Medi_.jpeg)