କୋଲକାତା : ଚର୍ଚ୍ଚାରେ କୋଲକାତାର ଅଟୋ ଚାଳକ । ଗଛ ବଞ୍ଚାଇବାର ବାର୍ତ୍ତା ଦେବାକୁ ଯାଇ ଜଣେ ଅଟୋ ଚାଳକ ଯାହା କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଟୋ ଉପରେ ଗଛର ବଗିଚା କରି ସେ ଗଛ ବଞ୍ଚାଅ, ଜୀବନ ବଞ୍ଚାଅ ବାର୍ତ୍ତା ଦେଉଥିବା ଦେଖା ଯାଇଛି । ବଢ଼ୁଥିବା ପ୍ରଦୂଷଣକୁ ଦେଖି ଜଣେ ଅଟୋ ଚାଳକ ହୋଇ ଏତେ ଉଚ୍ଚ ଧରଣର ଜିନିଷ କରିବାକୁ ନେଇ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।
/sambad/media/post_attachments/wp-content/uploads/2019/04/auto_1554188353-225x300.jpg)
ସୋସିଆଲ ମିଡିଆରେ ଫଟୋଟି ଭାଇରାଲ ହେବା ପରେ ଲୋକେ ଅନୁପ୍ରାଣିତ ହେବା ସହ ଅଟୋ ଚାଳକଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ପୂର୍ବରୁ ଅନେକ ପରିବେଶକୁ ସୁରକ୍ଷା ଦେବା ପାଇଁ ଅନେକ ଅଭିଯାନ କରିବା ସହ ବଡ଼ ବଡ଼ ସ୍ଲୋଗାନ ଦେଇ ସାରିଛନ୍ତି । କିନ୍ତୁ କିଛି ନ କହି ନିଜ କାମ ମାଧ୍ୟମରେ ଲୋକଙ୍କୁ ଅନେକ କିଛି ଶିଖାଇବାରେ ଅଟୋ ଚାଳକ ସଫଳ ସାବ୍ୟସ୍ତ ହୋଇଛନ୍ତି । କୋଲକାତା ପୂର୍ବରୁ ଦିଲ୍ଲୀରେ ମଧ୍ୟ ଜଣେ ଟାକ୍ସି ଚାଳକ ନିଜ ଟାକ୍ସି ଉପରେ ଗଛର ଚାରା ଲଗାଇ ଗଛକୁ ନ କାଟିବାର ବାର୍ତ୍ତା ଦେଇଥିଲେ । ଏହା ସହ ନିଜ ଗାଡ଼ିର ନାଁ ଗ୍ରିନ୍ ଗାଡ଼ି ମଧ୍ୟ ରଖିଥିବା ଦେଖା ଯାଇଥିଲା ।