ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦେଖି ଭୟଭୀତ ହୋଇ ଶିଶୁ କହୁଛି ଏଭଳି କଥା

ନୂଆଦିଲ୍ଲୀ: ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ଭୟାବହ ପରିସ୍ଥିତି ହେତୁ ୟୁକ୍ରେନର ଲୋକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଲୋକମାନେ ନିଜର ଅସୁବିଧା, କଷ୍ଟ ଓ ଯନ୍ତ୍ରଣାକୁ ସୋସିଆଲ ମିଡିଆରେ  ସେୟାର କରୁଛନ୍ତି। ଏହି ଭିଡିଓଗୁଡିକ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଭାଇରାଲ ହେଉଛି।

ବିଶ୍ବର ସମସ୍ତ ଦେଶ ଶାନ୍ତି ସହ ସମାଧାନ ପାଇଁ ନିବେଦନ କରୁଛନ୍ତି। ଏସବୁ ଭିତରେ ଏକ ଛୋଟ ଝିଅର ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଛୋଟ ଝିଅ ଜଣକ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଶାନ୍ତି ପାଇଁ ନିବେଦନ କରୁଛି । ସେ କୌଣସି ପରିସ୍ଥିତିରେ ଯୁଦ୍ଧ ଚାହୁଁ ନାହିଁ ବୋଲି କହିଛି।

ଝିଅର ନାମ ଲିଲି ବୋଲି ଜଣାପଡ଼ିଛି । ଭିଡିଓର ଝିଅ ଜଣକ କହିଛି ଯେ, ‘ମୁଁ ପୃଥିବୀର ଶାନ୍ତି ଚାହେଁ, ପୃଥିବୀ ଖଣ୍ଡଖଣ୍ଡ ହେଉ ତାହା ମୁଁ ଚାହେଁ ନାହିଁ। ଆମେ ସମସ୍ତେ ଭାଇ ଓ ଭଉଣୀ।’

 

 

View this post on Instagram

 

A post shared by Brittany & Lily (@brittikitty)

ଏହି ଭିଡିଓକୁ ବ୍ରିଟିକିଟି ନାମକ ଏକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଝିଅର କଥା କହିବା ଶୈଳୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟ ସ୍ପର୍ଶ କରିଛି। ଏହି ଭିଡିଓକୁ ପାଖାପାଖି ୨ମିଲିୟନ ଲୋକ ଦେଖିସାରିଛନ୍ତି। ଅନେକ ଲୋକ ଭିଡିଓ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

 

ସମ୍ବନ୍ଧିତ ଖବର