ସ୍କୁଲ ପାଇଁ ନିଜର ସବୁ ଜମି ଦାନ କରିଦେଲେ ଏହି ବ୍ୟକ୍ତି

ଗୟା: ଇତିହାସ ଦାନବୀର କର୍ଣ୍ଣଙ୍କ କଥା କୁହେ କିନ୍ତୁ କେବେ ଭାବିଛନ୍ତି ଏବେ ବି ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ନିଜ ଗାଁର ସ୍କୁଲ ପାଇଁ ସବୁ କିଛି ଦାନ କରିଦେଇଛନ୍ତି | ଆମେ କହୁଛୁ ବିହାର ଗୟାର ବାଲେଶ୍ୱର ମାଝୀଙ୍କ କଥା, ଜାଣନ୍ତୁ ଆଜିକାର ଦୁନିଆର ଏହି କର୍ଣ୍ଣଙ୍କ ବିଷୟରେ |
ବିହାର ଗୟାର ବାରଚାଟି | ନକ୍ସଲ ପ୍ରଭାବିତ ଏହି ଅଞ୍ଚଳରେ ରୁହନ୍ତି ବାଲେଶ୍ୱର ମାଝୀ | ଗାଁରେ ସ୍କୁଲ ନଥିବାରୁ ପାଠ ପଢ଼ିପାରିନଥିଲେ ବାଲେଶ୍ୱର | ଯାହାଫଳରେ ମୂଲମଜୁରୀ ଲାଗି ନିଜର ତଥା ପରିବାରର ଭରଣପୋଷଣ କରନ୍ତି | ଗାଁଠାରୁ ବହୁ ଦୂରରେ ସ୍କୁଲ ଥିବାରୁ ଏହି ଗାଁର ପିଲା ଯାଇପାରୁନଥିଲେ | ଯାହାଫଳରେ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡୁଥିଲା |

ବାଲେଶ୍ୱରଙ୍କ କହିବା କଥା ଖୁସି ଲାଗୁଛି ଗାଁର ପିଲାମାନେ ଏବେ ପାଠ ପଢୁଛନ୍ତି | ଜମି ପାଖରେ ରଖି କଣ ବା କରିଥାନ୍ତି, ସେହି ଜମିରେ ଗାଁ ର ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରୁଛି ସେତିକି ମୋ ପାଇଁ ଯଥେଷ୍ଟ |

ଏ ସବୁ ଦେଖି ବାଲେଶ୍ୱର ନିରାଶ ହୋଇପଡିଥିଲେ | ନିଜ ଭଳି ଗାଁର ପିଲାମାନେ ଯେଭଳି ଅଭିଶପ୍ତ ହୋଇ ନ ରୁହନ୍ତୁ ସେ କଥା ଭାବୁଥିଲେ ବାଲେଶ୍ୱର | ସେଥିପାଇଁ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ପାଇଁ ନିଜର ୫ ଡ଼ିସିମିଲ ଜମି ବିଦ୍ୟାଳୟ ନିର୍ମାଣ ପାଇଁ ଦାନ କରିଦେଲେ | ଏହାପରେ ପିଲାମାନେ ପ୍ରାଥମିକ ପଢା ସାରି ଅଧିକ ପଢିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ | କିନ୍ତୁ ମାଧ୍ୟମିକ ସ୍କୁଲ କରିବା ପାଇଁ ଜମି ନ ମିଳିବାରୁ ନିଜର ସମସ୍ତ ୨୨ ଡ଼ିସିମିଲ ଜମି ମଧ୍ୟ ଦାନ କରିଦେଇଥିଲେ |

livemint.com

ଏବେ ଏଠାରେ ବିଦ୍ୟାଳୟ ନିର୍ମାଣ ହୋଇଥିବାବେଳେ ୩୨୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି | ଆଶ୍ଚର୍ଯ୍ୟର କଥା ଗାଁର ଏହି ସ୍କୁଲ ନିର୍ମାଣରେ ବାଲେଶ୍ୱର ନିଜକୁ ପ୍ରତ୍ୟକ୍ଷ ଭାବେ ସାମିଲ କରିଥିଲେ | ନିଜ ହାତରେ ଇଟାରେ ସିମେଣ୍ଟ ଯୋଡି ଏହି ସ୍କୁଲ ନିର୍ମାଣ କରିଥିଲେ |

ସମ୍ବନ୍ଧିତ ଖବର