ଘୋଡ଼ା ଚଢ଼ି ପିଲାଙ୍କୁ ପାଠପଢ଼ାଇବାକୁ ଯାଇଥାଆନ୍ତି ଶିକ୍ଷକ; ପୁଲିସ ଅଟକାଇଲେ କହିଥାଆନ୍ତି ଏଭଳି କଥା

ନୂଆଦିଲ୍ଲୀ: ଶେଖ ୟୁସୁଫ ଔରଙ୍ଗାବାଦର ଜଣେ ଚର୍ଚ୍ଚିତ ବ୍ୟକ୍ତି । ୨୦୨୦ ମାର୍ଚ୍ଚରେ ଲକଡାଉନ୍ ଘୋଷଣା ପରେ ୪୯ ବର୍ଷିୟ ଲ୍ୟାବ୍ ଆସିଷ୍ଟାଣ୍ଟ ଶିକ୍ଷକଙ୍କ ରୋଜଗାର ବନ୍ଦ ହୋଇଯାଇଥିଲା। ଦରମା ବି ଠିକ ଭାବେ ମିଳୁ ନଥିଲା। ଫଳରେ ତାଙ୍କୁ ଋଣ ପରିଶୋଧ କରିବାରେ ବହୁ ଅସୁବିଧା ହୋଇଥିଲା। ଶେଷରେ ସେ ଜଣେ ସାଙ୍ଗ ସହିତ ମିଶି ପନିପରିବା କିଣିବା ଏବଂ ବିକ୍ରୟ କରିବା ଆରମ୍ଭ କରିଥିଲେ।

କିଛି ମାସ ପରେ ଲୋକମାନେ ନିଜ ନିଜ କାମକୁ ଫେରିଲେ। କରୋନା ପାଇଁ ଲାଗିଥିବା ପ୍ରତିବନ୍ଧକଗୁଡ଼ିକ ଧୀରେଧୀରେ କୋହଳ ହେବାକୁ ଲାଗିଲା। ଏହି ସମୟରେ ୟୁସୁଫଙ୍କ ପାଖକୁ ୱାଇଇବି ଚୌହ୍ବାନ କଲେଜ ଅଫ ଫାର୍ମାସିରୁ ଏକ କଲ ଆସିଥିଲା।  । ଏହି କଲଟିରେ ଲ୍ୟାବ୍ ଆସିଷ୍ଟାଣ୍ଟ ଆବଶ୍ୟକ ବୋଲି ସୂଚନା ଥିଲା।

ମହାମାରୀ ପୂର୍ବରୁ ୟୁସୁଫଙ୍କ ପାଖରେ କଳଙ୍କି ଲାଗି ଯାଇଥିବା  ଏକ ପୁରୁଣା ବାଇକ୍ ଥିଲା। ଯେଉଁଥିରେ ସେ ‌ଯାତାୟାତ କରୁଥିଲେ। ତେବେ ଦିନକୁଦିନ ପେଟ୍ରୋଲର ମୂଲ୍ୟ ବି ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ ତାଙ୍କର ଜଣେ ସମ୍ପର୍କୀୟ ୪୦,୦୦୦ ଟଙ୍କାରେ ଘୋଡା ବିକ୍ରି କରିବେ ବୋଲି କହିଥିଲେ।

ୟୁସୁଫଙ୍କ ପିଲାଦିନରୁ ଘୋଡା ସବାରୀ ପ୍ରତି ଦୁର୍ବଳତା ଥିଲା। ତେଣୁ ସେ ନିଜର କଳଙ୍କିତ ବାଇକ୍ ବିକ୍ରି କରି କିଛି ଟଙ୍କା ସଞ୍ଚୟ କରି ସମ୍ପର୍କୀୟଙ୍କ ଠାରୁ କିଛି ଟଙ୍କା ଋଣ ଆଣି ଉକ୍ତ ଘୋଡ଼ାକୁ କିଣି ନେଇଥିଲେ।

୨୦୨୦ ମଇ ମାସରେ ଏକ ସୁନ୍ଦର କଳା ଘୋଡା ‘ଜିଗର’କୁ ସେ ଘରକୁ ଆଣିଥିଲେ । ୟୁସୁଫ ଘରୁ କଲେଜ  ଘୋଡ଼ା ସବାରୀ କରି ଯାଆନ୍ତି। କିଛି ଦିନ ମଧ୍ୟରେ ୟୁସୁଫ୍ ‘ଘୋଡା ୱାଲା’ ନାମରେ ସହରରେ  ପରିଚିତ ହୋଇଗଲେ।

ଫାର୍ମାସି କଲେଜର ପ୍ରିନ୍ସିପାଲ୍ ଜିଗରକୁ ବିଲ୍ଡିଂରେ ଏକ ଷ୍ଟୋର ରୁମ୍ ପାଇଁ ଅନୁମତି ଦେଇଛନ୍ତି,  ୟୁସୁଫ ପିଲାଙ୍କୁ ପାଠପଢ଼ାଉ ଥିବା ସମୟରେ  ସେହି ସ୍ଥାନରେ ସେ ଘୋଡ଼ାକୁ ଛାଡ଼ି ଯାଇଥାଆନ୍ତି। ମଝିରେମଝିରେ ଅ‌ାସି ସେ କିଛି ଖାଇବାକୁ ଦେଇଥାଆନ୍ତି। କ୍ଲାସ ସରିବା ପରେ ୟୁସୁଫ ପୁଣି ଘୋଡ଼ାକୁ ଧରି ଘରକୁ  ଫେରି ଆସିଥାଆନ୍ତି।

ୟୁସୁଫ କହନ୍ତି, ରାସ୍ତାରେ ଯାଉଥିବା ବେଳେ ମଝି‌ରେମଝିରେ ତାଙ୍କୁ ପୁଲିସ ଅଟକାଇ ଦେଇଥାଆନ୍ତି। ସେହି ସମୟରେ ସେ ଘୋଡ଼ାକୁ ଚରାଇବାକୁ ନେଉଛନ୍ତି ବୋଲି କହିଥାଆନ୍ତି।

ସମ୍ବନ୍ଧିତ ଖବର