ଆଇଟି ଚାକିରି ଛାଡ଼ି ଘରରନ୍ଧା ଖାଦ୍ୟ ଡେଲିଭରି କରୁଥିବା ଏହି ‘ସୁପର୍‌ ମମ୍‌’ ଆଜି ୧୧ଟି ରେଷ୍ଟୁରାଣ୍ଟ୍‌ର ମାଲିକାଣୀ

ମୁମ୍ବାଇ: ଚାକିରି କରିବାଠାରୁ ଅନ୍ୟକୁ ଚାକିରି ଦେବାର ସନ୍ତୁଷ୍ଟି ଯେ ଅନେକ ବେଶି ତାହା କେହି ହୁଏତ ଅସ୍ୱୀକାର କରିପାରିବେ ନାହିଁ। ଅନେକ ସମୟରେ ଦକ୍ଷତା ଥାଇ ବି ଭୟ ହେତୁ ଅନେକ ଲୋକ ପଛଘୁଞ୍ଚା ଦେଇଥାନ୍ତି। ମାତ୍ର ଯିଏ ଭୟକୁ ବେଖାତିର କରି ନିଜ ଉପରେ ବିଶ୍ୱାସ ଦୃଢ଼ ରଖେ, ସିଏ ହିଁ ଜଗତଜିତା। ଏମିତି ଏକ ଉଦାହରଣ ସାଜିଛନ୍ତି ଜୟନ୍ତୀ କଥାଲେ।

https://www.thebetterindia.com/

ଜୟନ୍ତୀ ପେସାରେ ଥିଲେ ଜଣେ ଆଇଟି ଇଞ୍ଜିନିୟର୍‌। ସେ ସ୍ୱାଦିଷ୍ଟ ଖାଦ୍ୟ ବନାଇବାରେ ମାହିର୍‌। କିଛି ବର୍ଷ ତଳେ ନିଜ ଆଇଟି ଚାକିରି ଛାଡ଼ି ଘର ଘର ବୁଲି  ରନ୍ଧା ଖାଦ୍ୟ ଡେଲିଭରି କରୁଥିବା ଜୟନ୍ତୀ ଆଜି ‘ପୂର୍ଣ୍ଣବ୍ରହ୍ମା’ ନାମରେ ୧୧ଟି ରେଷ୍ଟୁରାଷ୍ଟ କରି ବନି ପାରିଛନ୍ତି ଜଣେ ସଫଳ ହୋଟେଲିୟର୍‌।

ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ମିଳୁଥିବା ଏହି ମରାଠୀ ରେଷ୍ଟୁରାଣ୍ଟ୍‌ ଏବେ ଅନେକଙ୍କ ପ୍ରିୟ ପାଲଟିଛି। ଜୟନ୍ତୀ ଏମିତି ଏକ ପରିବାରରେ ବଢ଼ିଛନ୍ତି ଯେଉଁଠାରେ କିଛି ପର୍ବପର୍ବାଣି ହେଲେ ଅତି କମରେ ୩୦ ଜଣ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଏ। ରନ୍ଧାରନ୍ଧି ଅଭ୍ୟାସ ତାଙ୍କ ପିଲାଟି ଦିନରୁ ରହିଛି, ଯାହାକି ତାଙ୍କୁ ବଡ଼ ହେଲା ପରେ ଜଣେ ସଫଳ ହୋଟେଲିୟର୍‌ ହେବା ପାଇଁ ସହାୟକ ହୋଇପାରିଛି।

https://www.thebetterindia.com/

ଜୟନ୍ତୀଙ୍କ ୧୧ଟି ରେଷ୍ଟୁରାଣ୍ଟ ଉଭୟ ଭାରତ ଓ ଅଷ୍ଟ୍ରେଲିଆରେ ରହିଛି। ସେ ତାଙ୍କ ରୋଷେଇରେ ମରାଠୀ ଛୁଙ୍କ ମାରି ଖିଆଳିଙ୍କ ମନ ଜିଣିବାରେ ସମର୍ଥ ହୋଇଛନ୍ତି। ୨୦୦୬ ମସିହାରେ ସେ ଆଇଟି ଚାକିରି ପାଇ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଭାରତୀୟ ଖାଦ୍ୟ ସ୍ୱପ୍ନ। ଜୟନ୍ତୀଙ୍କ ପରି ସେଠାରେ ବହୁ ଭାରତୀୟ ଥିଲେ, ଯେଉଁମାନେ କି ଘରେ ରନ୍ଧା ଯାଉଥିବା ଭାରତୀୟ ଖାଦ୍ୟ ପାଇଁ ପାଗଳ ହେଉଥିଲେ। ଏ ସଂପର୍କରେ ଜୟନ୍ତୀ ନିଜ ବନ୍ଧୁମାନଙ୍କ ସହ ଆଲୋଚନା କରି ନିଜେ ଭାରତୀୟ ଖାଦ୍ୟ ବନାଇ ଦୁଆର ଦୁଆର ବୁଲି ଡେଲିଭରି କରିବାରେ ଲାଗିଲେ। ଜୟନ୍ତୀଙ୍କ ଏହି ବେପାରର ଗ୍ରହଣୀୟତା ବଢ଼ିଲା।

https://www.thebetterindia.com/

୨ ବର୍ଷ ପରେ ସେ ବେଙ୍ଗାଲୁରୁରେ ଇନ୍‌ଫୋସିସ୍‌ରେ ପ୍ରୋଜେକ୍ଟ ମ୍ୟାନେଜର୍‌ ଭାବେ ଯୋଗ ଦେଲେ। ମାତ୍ର ଜୟନ୍ତୀ ତାଙ୍କ ଅଭ୍ୟାସ ଛାଡ଼ିପାରିଲେ ନାହିଁ। ସେଠାରେ ବି ସେ ରୋଷେଇ କରି ନିକଟସ୍ଥ ସ୍ଥାନରେ ଡେଲିଭରି କରିବାକୁ ଲାଗିଲେ। ସେ ଦୀର୍ଘ ୩ ବର୍ଷ ଧରି ମରାଠୀ ଖାଦ୍ୟକୁ ନେଇ ଗବେଷଣା କରିବା ପରେ ତାଙ୍କୁ ତାହା ବେଶ୍‌ ସହାୟକ ହେଲା। ଜୟନ୍ତୀଙ୍କୁ ଏପରି କରିବାକୁ ତାଙ୍କ ପୁଅ ପ୍ରୋତ୍ସାହିତ କରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର