ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କୁ ନେଇ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ଏକ କୁକୁର ମଣିଷ ଭଳି ଦିଶୁଥିବା ଫଟୋ ସାମ୍ନାକୁ ଆସିଥିଲା। ସେହିପରି ଚୀନ ସୋସିଆଲ ମିଡିଆରେ ସାଇଟସ୍ରେ ଏହି କିଛିଦିନ ହେବ ଏକ ମାଙ୍କଡର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଯିଏକି ଦେଖିବାକୁ ଅବିକଳ ମଣିଷ ଭଳି ।
ଏହି ମାଙ୍ଗଡର ଆଖି, କାନ ଓ ନାକ ଦେଖିବାକୁ ପୂରାପୂରି ମଣିଷ ଦିଶୁଛି। ମାଙ୍କଡ଼ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଜମୁଛି। ଏହି ଭିଡିଓକୁ ଏଯାବତ୍ ଆଠ ମିଲିୟନ ଲୋକ ଦେଖି ସାରିଲେଣି। ଏହି ମାଙ୍କଡ଼ ଟିୟାଜିନ୍ ଚିଡିଆଖାନାର ଏକ ନିବାସି। ମାଙ୍କଡ଼ର ଅଜବ ଅଚାରଣ ହେତୁ ସୋସିଆଲ ମିଡିଆରେ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ମାଙ୍କଡ଼ର ଫଟୋ ଓ ଭିଡିଓ ରବିବାର ୟୁଟୁବ୍ରେ ଅପଲୋଡ ହୋଇଛି। ଏହି ଭିଡିଓକୁ ଦେଖିବାକୁ ପାଇଁ ପିଲାଠାରୁ ବୃଦ୍ଧା ସମସ୍ତେ ପସନ୍ଦ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/xap3-11-2018-000177b-1521985235-1.jpg.pagespeed.ic_.rKgr-qEKL5-300x225-1.jpg)