ପାଠାଗାରରେ ଭଡ଼ାରେ ମିଳୁଛି ଟାଇ!

ପାଠାଗାରରେ ଭଡ଼ା ସୂତ୍ରରେ ଟାଇ ମିଳୁଛି! ନିହାତି ଅବିଶ୍ବସନୀୟ ମନେହେଉଥିଲେ ହେଁ କଥାଟି ସତ। ‘ଫ୍ରି ଲାଇବ୍ରେରି ଅଫ୍‌ ଫିଲାଡେଲ୍‌ଫିଆ’ର ପାଶ୍ଚାଲ୍‌ଭିଲେ ଶାଖାର ସଭ୍ୟମାନେ ଚାହିଁଲେ ଟାଇ ଭଡ଼ାରେ ନେଇପାରୁଛନ୍ତି। ଫିଲାଡେଲ୍‌ଫିଆର ଯେଉଁ ଅଞ୍ଚଳରେ ପାଠାଗାରଟି ଅବସ୍ଥିତ, ସେଠାରେ ଶିକ୍ଷିତ ଦରିଦ୍ର ବେକାରଙ୍କ ସ˚ଖ୍ୟା ବେଶ୍‌ ଅଧିକ। ଏମିତି ଅନେକ ଅଛନ୍ତି, ଯେଉଁମାନେ ପ୍ରତି ଦିନ ପାଠାଗାରରେ ପଢ଼ନ୍ତି। ଆଉ, ସାକ୍ଷାତ୍‌କାର ପରୀକ୍ଷା ପାଇଁ ଗଲା ବେଳେ ପିନ୍ଧିବା ଲାଗି ଟାଇ ନ ଥାଏ। ସେମାନଙ୍କ ନିମନ୍ତେ ଏହି ବ୍ୟବସ୍ଥା କରିଛନ୍ତି ପାଠାଗାର କର୍ତ୍ତୃପକ୍ଷ। ଏବେ ଅଠଚାଳିଶଟି ସୁନ୍ଦର ଟାଇ ଗଚ୍ଛିତ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ନିଉ ୟର୍କ‌୍‌ର ‘କ୍ବିନ୍‌ସ ପବ୍ଲିକ୍‌ ଲାଇବ୍ରେରି’ରେ ମଧ୍ୟ ଅନୁରୂପ ବ୍ୟବସ୍ଥା ପ୍ରଚଳିତ।

ସମ୍ବନ୍ଧିତ ଖବର