ଯୁବପୀଢ଼ିଙ୍କ ପାଇଁ ଉଦାହରଣ ପାଲଟିଲେ ଜୋମାଟୋର ଦିବ୍ୟାଙ୍ଗ ଡେଲିଭରୀ ବଏ, ଟ୍ରାଇସାଇକେଲ ଚଳାଇ କରୁଛନ୍ତି ଫୁଡ୍ ଡେଲିଭର
ନୂଆଦିଲ୍ଲୀ : କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜୋମାଟୋର ଡେଲିଭରୀ ବଏ ରାମୁ । ଗୋଡ଼ ଅଚଳ ଥିଲେ ମଧ୍ୟ ରାମୁ ନିଜ ହାତର ସାହାଯ୍ୟରେ ଟ୍ରାଇ ସାଇକେଲ ଚଳାଇ ଫୁଡ୍ ଡେଲିଭର କରୁଥିବା ଦେଖା ଯାଇଛି । ଏହାର ଭିଡିଓ ହନି ଗୋଏଲ ନାମକ ଜଣେ ଟୁଇଟର ବ୍ୟବହାରକାରୀ ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି । ଭିଡିଓରେ ରାମୁ ଟ୍ରାଇ ସାଇକେଲ ଚଳାଇବା ସହ ଆଗରେ ଫୁଡ୍ ପ୍ୟାକେଟ ରଖି ଥିବା ଦେଖା ଯାଇଛି । ଏହି ଭିଡିଓ ଦେଖିବା ପରେ ସମସ୍ତେ ଜୋମାଟୋର ପ୍ରୟାସକୁ ସଲାମ କରିଛନ୍ତି । ସାଧାରଣତଃ ଦିବ୍ୟାଙ୍ଗମାନେ କିଛି କରି ପାରିବେ ନାହିଁ ବୋଲି ଲୋକେ ଭାବିଥାନ୍ତି । କିନ୍ତୁ ଦିବ୍ୟାଙ୍ଗମାନଙ୍କୁ ଏଭଳି କାର୍ଯ୍ୟକ୍ଷମ କରିଥିବାରୁ ଲୋକେ ଜୋମାଟୋକୁ ପ୍ରଶଂସା କରିବା ଆରମ୍ଭ କରିଛି ।
#Zomato you keep rocking , you made my day , this man is the inspiration for all who thinks there’s life is screwed , please make this man famous pic.twitter.com/DTLZKzCFoi
— Honey Goyal (@tfortitto) May 17, 2019
ପୂର୍ବରୁ ଖାଦ୍ୟର ମାନ ଠିକ୍ ନ ରହିବା ବା ଡେଲିଭରୀ ବଏମାନଙ୍କର ଭୁଲ କାମ ପାଇଁ ଅନେକ ବିବାଦର ସାମ୍ନା କରି ସାରିଛି ଜୋମାଟୋ । କିନ୍ତୁ ଏଭଳି ପ୍ରଶଂସନୀୟ କାମ କରି ପୁଣି ଥରେ ନିଜକୁ ଜୋମାଟୋ ପ୍ରମାଣ କରିଛି ।