ଅଜବ ପରମ୍ପରା : ଯେଉଁଠି ପରିବାରର ମୁଖିଆଙ୍କ ମୃତ୍ୟୁପରେ ଶୋକ ସମ୍ବେଦନା ପ୍ରଦର୍ଶନ କରିବା ପାଇଁ ମହିଳା ସଦସ୍ୟଙ୍କ ଆଙ୍ଗୁଠିକୁ କୁରାଢୀରେ କାଟି ଦିଆଯାଏ!

ଆଜିର ବୈଜ୍ଞାନିକ ଯୁଗରେ ମଣିଷ ଉନ୍ନତିପଥରେ ଆଗେଇ ଚାଲିଥିବା ବେଳେ ଏବେବି ସମାଜରୁ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିନାହିଁ କୁସଂସ୍କାର ଓ ବିକୃତ ପରମ୍ପରା। ଏବେବି ବି ବିଶ୍ୱର ଅନେକ ଅଞ୍ଚଳରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି। ଆମେ ଏକବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ମଧ୍ୟ ଆଜି ବି ଦୁନିଆରେ ଅନେକ କିଛି ଏପରି ବିକୃତ ଓ ଭୟଙ୍କର ପରମ୍ପରା ଅଛି ଯାହା ଶୁଣିଲେ ଲୋମଟାଙ୍କୁରି ଉଠିବ । ଆଦିବାସୀ ଜନଜାତିରେ ବିଭିନ୍ନ ପରମ୍ପରା ଥାଏ, ଯାହା ବହୁତ ବିଚିତ୍ର ଓ ବିକୃତ । ଦୁନିଆରେ ଏପରି ଅନେକ ଆଦିବାସୀ ଜନଜାତିର ଲୋକ ଅଛନ୍ତି, ଯେଉଁମାନେ ଶରୀରକୁ କଷ୍ଟଦେବା ବା ନିଜର ଅଙ୍ଗକୁ କାଟିବା ଏକ ପରମ୍ପରା ରୂପରେ ସାମିଲ କରିଥାଆନ୍ତି । ପରମ୍ପରା ଅନୁସାରେ ନିଜ ଅଙ୍ଗକୁୁ କାଟିବାର ବହୁତ କାରଣ ଥାଏ,ଯେପରିିକି ମୃତ୍ୟୁରେ ଶୋକ ମନାଇବା ପାଇଁ କିମ୍ବା ନିଜ ଆତ୍ମୀୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରଦର୍ଶନ ପାଇଁ ସେମାନେ ଏପରି କରିଥାଆନ୍ତି । କିନ୍ତୁ ଏପରି ବିକୃତ ପରମ୍ପରାର ପାଳନ କରନ୍ତି କେବଳ ପରିବାରର ମହିଳା ।

 

ଶୁଣିବା ପାଇଁ ଅଜବ ଲାଗିଲେ ମଧ୍ୟ ଇଣ୍ଡୋନେସିଆର ପାପୁଆରେ ବାସ କରୁଥିବା ଦାନୀ ଜନଜାତିର ଲୋକମାନେ ପରିବାର ମୁଖିଆର ମୃତ୍ୟୁରେ ପରିବାରର ସଦସ୍ୟଙ୍କ ଆଙ୍ଗୁଠିକୁ କୁରାଢୀରେ କାଟି ଦିଆଯାଏ । ଯାହାଦ୍ୱାରା ତାଙ୍କୁ ଅସହନୀୟ କଷ୍ଟ ହୋଇଥାଏ ।

କିନ୍ତୁ ଏଇ ଭୟଙ୍ଗର ପରମ୍ପରାର ଶିକାର ହୁଅନ୍ତି କେବଳ ପରିବାରର ମହିଳା ସଦସ୍ୟ । ଏଇ ଜନଜାତିର ଲୋକମାନେ ମାନନ୍ତି ମହିଳା ସଦସ୍ୟଙ୍କ ଅଙ୍ଗ କାଟିବା ଦ୍ୱାରା ଯେଉଁ କଷ୍ଟ ହୁଏ ସେଥିରେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ଏଇ ପରମ୍ପରା ଅର୍ଥ ଆଙ୍ଗୁଠି କାଟିବା ଦ୍ୱାରା ସେମାନଙ୍କୁ ଯେତେ କଷ୍ଟ ହେବ, ଆତ୍ମାକୁ ସେତିକି ଅଧିକ ଶାନ୍ତି ।

କାଟିବା ପୂର୍ବରୁ ପ୍ରଥମେ ଆଙ୍ଗୁଠିକୁ ୩୦ ମିନିଟ ପର୍ଯ୍ୟନ୍ତ ସୂତା ସାହାଯ୍ୟରେ ବାନ୍ଧିକି ରଖାଯାଏ ।ତେବେ କାଟିବାପରେ ଆଙ୍ଗୁଠିକୁ ଶୁଖାଇି ନିଆଁରେ ଜଳାଯାଏ ଏବଂ ତାର ପାଉଁଶକୁ ଏକ ବିଶେଷ ସ୍ଥାନରେ ପୋତାଯାଏ । ଏଇ ବିକୃତ ପରମ୍ପରାକୁ ସରକାର କିଛି ବର୍ଷ ପୂର୍ବରୁ ବ୍ୟାନ୍ କରି ଦେଇଛନ୍ତି । ତଥାପି ଦାନୀ ଜନଜାତିରଲୋକମାନେ ସେମାନଙ୍କ ପରମ୍ପରାକୁ ଏବେ ବି ପାଳନ କରୁଛନ୍ତି ।

ସମ୍ବନ୍ଧିତ ଖବର