କୁନି ଝିଅଟି ବିରାଟ ସାପ ସହ ଖେଳିବା ସମୟର ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ସାପ ନାଁ ଶୁଣିଲେ କେହି କେହି ୟଭରେ ଛାନିଆ ହେଉଥିବା ବେଳେ ଆଉ କେହି ଆଦୌ ବି ଭୟ କରିନଥାନ୍ତି। କିଛି ଲୋକ ଏପରି ବି ଅଛନ୍ତି ଯିଏକି ସାପକୁ ପୋଷ୍ୟ କରି ରଖନ୍ତି। ଆପଣ ଏକଥାକୁ ବିଶ୍ବାସ କରୁଛନ୍ତି ତ? ତଳେ ଦିଆ ଯାଇଥିବା ଭିଡିଓ ହେଉଛି ତାହାର ଉଦାହରଣ। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ କୁନି ଝିଅ ଏକ କଳା ଅଜଗର ସହ ଖେଳୁଛି।

 

 

View this post on Instagram

 

A post shared by Ariana (@snakemasterexotics)

ଝିଅଟି ସାପ ସହ ଖେଳୁଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର କରାଯାଇଛି। କୁନି ଝିଅ ଆରିନା ସାପ ସହ ଖେଳିବାକୁ ଖୁବ୍ ଭଲପାଏ ବୋଲି ଜାଣିବାକୁ ମିଳିଛି।

 

 

View this post on Instagram

 

A post shared by Ariana (@snakemasterexotics)

ଏହି ଭାଇରାଲ୍‌ ପୋଷ୍ଟ୍‌ଟିକୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କଠାରୁ ଖୁବ୍ ଭଲ ପ୍ରତିକ୍ରିୟା ମିଳିଛି। କିଛି ଲୋକ ଭିଡିଓଟିକୁ ପସନ୍ଦ କରି ଝିଅଟିକୁ ଅତ୍ୟନ୍ତ ସାହସୀ ବୋଲି କହିଥିବା ବେଳେ ଆଉ କିଛି ଲୋକ ଏପରି କରିବାକୁ ବାରଣ କରିଛନ୍ତି। ଅନ୍ୟ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଆଜି ମୁଁ ସର୍ବୋକୃଷ୍ଟ ଜିନିଷ ଦେଖିଲି’।

 

 

View this post on Instagram

 

A post shared by Ariana (@snakemasterexotics)

ଆରିନାଙ୍କୁ ସାପ ସହ ଖେଳିବାକୁ ଭଲ ଲା‌ଗେ। ସେ ସୋସିଆଲ୍‌ ମିଡିଆରେ ଭିନ୍ନ ଭିନ୍ନ ପ୍ରଜାତିର ସାପ ସହ ଖେଳି ଭିଡିଓ ପୋଷ୍ଟ୍‌ କରିଥାନ୍ତି।

ସମ୍ବନ୍ଧିତ ଖବର