ଚର୍ଚ୍ଚାରେ ହରିୟାଣାର ରହସ୍ୟମୟ ଯୁବକ, ୧୧ହଜାର ଭୋଲ୍ଟ କରେଣ୍ଟର ଝଟ୍‌କା ଲାଗିବା ପରେ ନାହିଁ କୌଣସି ପ୍ରଭାବ

ଚଣ୍ଡିଗଡ଼: ଆଜି ଆମେ ଆପଣଙ୍କୁ ଏମିତି ଜଣେ ୧୯ବର୍ଷିୟ ଯୁବକଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯାହାଙ୍କ ପାଖରେ ଥିବା ଶକ୍ତି ବିଷୟରେ ଜାଣିବା ପରେ ଆପଣ ମଧ୍ୟ ବିସ୍ମୟ ହେବେ । ହରିୟାଣାର ସୋନିପତରେ ରହୁଥିବା ଦୀପକ ଝାଙ୍ଗଡ଼ଙ୍କ ପାଖରେ ଥିବା ଶକ୍ତିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏହା କିପରି ସମ୍ଭବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।
ଖବର ଅନୁଯାୟୀ,୨୭୦୦ଭୋଲ୍ଟର କରେଣ୍ଟ କୌଣସି ମଣିଷକୁ ମୃତ୍ୟୁ ମୁଖରେ ପକାଇ ଦେଉଥିବା ବେଳେ ଦୀପକଙ୍କ ଶରୀରରେ ୧୧ହଜାର ଭୋଲ୍ଟର କରେଣ୍ଟ ଲାଗିଲେ ମଧ୍ୟ ତାଙ୍କୁ କୌଣସି ଫରକ୍‌ ପଡ଼ୁ ନଥିବା ଜଣା ପଡ଼ିଛି । ତାଙ୍କ ଶରୀରକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ହୋଇ ସାରିଥିବା ବେଳେ ଏହା ପଛର କାରଣ କେହି ଖୋଜି ପାଇ ନାହାନ୍ତି ।

ochakpost.com

ସୂଚନା ମୁତାବକ, ନିଜର ଏହି ଶକ୍ତି ବିଷୟରେ ଦୀପକ ୩ବର୍ଷ ପୂର୍ବେ ଜାଣିବାକୁ ପାଇଥିଲେ । ସେ ଖାଲି ପାଦରେ ହିଟର ଠିକ୍‌ କରୁଥିବା ବେଳେ ତାଙ୍କୁ କରେଣ୍ଟ ଲାଗି ନଥିଲା । ପରେ ସେ ୧୧ହଜାର ଭୋଲ୍ଟର କରେଣ୍ଟକୁ ମଧ୍ୟ ସହି ପାରୁଥିବା ଜାଣି ପାରିଥିଲେ । ଯାହା ସାହାଯ୍ୟରେ ୫୦୦ଟି ଘରକୁ ବିଜୁଳି ମିଳି ପାରିବ ।

ସମ୍ବନ୍ଧିତ ଖବର