ନୂଆଦିଲ୍ଲୀ: ଭଗବାନ ଶିବଙ୍କ ପ୍ରିୟ ମାସ ପବିତ୍ର ଶ୍ରାବଣ ମାସ । ଜୁଲାଇ ୧୧ ତାରିଖରୁ ଆରମ୍ଭ ହୋଇଛି ଶ୍ରାବଣ । ଆସନ୍ତା ଅଗଷ୍ଟ ୯ ପର୍ଯ୍ୟନ୍ତ ରହିବ । ଅଗଷ୍ଟ ୯ ଶ୍ରାବଣ ମାସର ଶେଷ ଦିନ ଥିବାବେଳେ ସେ ଦିନ ରାକ୍ଷୀପୂର୍ଣ୍ଣିମା ବି ପଡୁଛି । କିନ୍ତୁ ଏହି ବର୍ଷ ଶ୍ରାବଣ ୨୯ ଦିନର ହେବ । ଆସନ୍ତୁ ଜାଣିବା ଏହା ପଛର କାରଣ କ'ଣ...
ଶାସ୍ତ୍ରରେ, ଶ୍ରାବଣ ମାସକୁ ଏକ ଅତ୍ୟନ୍ତ ଶୁଭ ଏବଂ ଧାର୍ମିକ ମାସ ବୋଲି ମାନିଥାଉ । ଏହି ମାସରେ ଆପଣ ଭଗବାନ ଶିବଙ୍କ ବିଶେଷ ପୂଜା ଏବଂ ଉପବାସ କଲେ ସଵୁ ମନସ୍କାମନା ପୂରଣ ହୋଇଥାଏ । ଚଳିତ ବର୍ଷ ଶ୍ରାବଣ ମାସ ୩୦ କି ୩୧ ଦିନର ନୁହେଁ ବରଂ କେବଳ ୨୯ ଦିନର ହେବ। ଏଥର ଶ୍ରାବଣ ମାସରେ ଅନେକ ଦୁର୍ଲଭ ଯୋଗ ସୃଷ୍ଟି ହୋଇଛି ।
ଚଳିତ ବର୍ଷ ଶ୍ରାବଣ ମାସ ୨୯ ଦିନର କାରଣ ହେଉଛି ଯେ, ଏଥର ତ୍ରୟୋଦଶୀ ତିଥି ରହିବ ନାହିଁ ବୋଲି କୁହାଯାଉଛି । ତ୍ରୟୋଦଶୀ ତିଥି ନ ରହିବା କାରଣରୁ ଶ୍ରାବଣ ୩୦ ଦିନ ପରିବର୍ତ୍ତେ ୨୯ ଦିନ ହେବ । ତଥାପି, ଭଲ କଥା ହେଉଛି ଯେ ଶ୍ରାବଣ ସମୟରେ ଏଥର ବହୁତ ଭଲ ଯୋଗଗୁଡ଼ିକ ରହିଛି ଏଥିପାଇଁ ଏହି ବର୍ଷ ଶ୍ରାବଣକୁ ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ କରିବ । ଏହି ଚମତ୍କାର ଯୋଗଗୁଡ଼ିକ ଯୋଗୁଁ ଶ୍ରାବଣର ପ୍ରଭାବ ଅଳ୍ପ ସମୟ ମଧ୍ୟରେ ବି ଅତ୍ୟନ୍ତ ଶୁଭ ହେବ । ଏହି ସମୟରେ କାଉଁରିଆ ଯାତ୍ରା, ଶ୍ରାବଣ ସୋମବାର ଉପବାସ, ରୁଦ୍ରାଭିଷେକ ଏବଂ ଜଳାଭିଷେକ କରାଯିବ ।
ଚଳିତ ବର୍ଷ ଶ୍ରାବଣ ମାସ ୨୯ ଦିନର କାରଣ ହେଉଛି ଯେ, ଏଥର ତ୍ରୟୋଦଶୀ ତିଥି ରହିବ ନାହିଁ ବୋଲି କୁହାଯାଉଛି । ତ୍ରୟୋଦଶୀ ତିଥି ନ ରହିବା କାରଣରୁ ଶ୍ରାବଣ ୩୦ ଦିନ ପରିବର୍ତ୍ତେ ୨୯ ଦିନ ହେବ । ତଥାପି, ଭଲ କଥା ହେଉଛି ଯେ ଶ୍ରାବଣ ସମୟରେ ଏଥର ବହୁତ ଭଲ ଯୋଗଗୁଡ଼ିକ ରହିଛି ଏଥିପାଇଁ ଏହି ବର୍ଷ ଶ୍ରାବଣକୁ ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ କରିବ । ଏହି ଚମତ୍କାର ଯୋଗଗୁଡ଼ିକ ଯୋଗୁଁ ଶ୍ରାବଣର ପ୍ରଭାବ ଅଳ୍ପ ସମୟ ମଧ୍ୟରେ ବି ଅତ୍ୟନ୍ତ ଶୁଭ ହେବ । ଏହି ସମୟରେ କାଉଁରିଆ ଯାତ୍ରା, ଶ୍ରାବଣ ସୋମବାର ଉପବାସ, ରୁଦ୍ରାଭିଷେକ ଓ ଜଳାଭିଷେକ କରାଯିବ ।
ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଏକ ବିଶେଷ ସଂଯୋଗ ହେବ । ''ଗଜାନନ ସଙ୍କଷ୍ଠୀ ଚତୁର୍ଥୀ ପ୍ରଥମ ସୋମବାର, କାମଦା ଏକାଦଶୀ ଦ୍ୱିତୀୟ ସୋମବାର, ବିନାୟକ ଗଣେଶ ଚତୁର୍ଥୀ ତୃତୀୟ ସୋମବାର ଏବଂ ଝୁଲଣ ଯାତ୍ରା ଚତୁର୍ଥ ତଥା ଶେଷ ଶ୍ରାବଣ ସୋମବାରରେ ଆରମ୍ଭ ହେବ ।