ଛାତ୍ରୀଛାତ୍ରଙ୍କ ପାଇଁ ହସ୍ତଲିଖନ ବା ହସ୍ତାକ୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ହସ୍ତଲିଖନ ସୁନ୍ଦର ତେବେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ସମସ୍ତଙ୍କର ହସ୍ତଲିଖନ ଶୈଳୀ ଅଲଗା ହୋଇଥାଏ। କିଛି ଛାତ୍ର ଭଲ ପାଠ ପଢ଼ନ୍ତି କିନ୍ତୁ ସେମାନଙ୍କର ହସ୍ତାକ୍ଷର ବା ହ୍ୟାଣ୍ଡ ରାଇଟିଂ ଭଲନୁହେଁ। ଅନ୍ୟମାନଙ୍କ ଅକ୍ଷର ସବୁଠୁ ସୁନ୍ଦର ହୋଇଥାଏ କିନ୍ତୁ ଶ୍ରେଣୀରେ ଭଲ ପଢ଼ନ୍ତିନାହିଁ। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ସବୁଠାରୁ ସୁନ୍ଦର ହସ୍ତାକ୍ଷର କାହାର ରହିଛି, ଯାହାଙ୍କ ହସ୍ତଲିଖନ ଦୁନିଆର ସବୁଠୁ ସୁନ୍ଦର ଭାବରେ ପରିଗଣିତ ହୋଇଛି। ଏମିତି ଜଣେ ଯୁବତୀ ନେପାଳରେ ଅଛନ୍ତି, ଯାହାଙ୍କ ହସ୍ତାକ୍ଷର ଦୁନିଆର ସବୁଠୁ ସୁନ୍ଦର ବୋଲି ପ୍ରମାଣିତ ହୋଇଛି। ତାଙ୍କ ନାମ ପ୍ରକୃତି ମଲ୍ଲା। ଯେତେବେଳେ ସେ ଲେଖନ୍ତି, ଲାଗେ ଯେମିତି ଏହା ଏକ କମ୍ପ୍ୟୁଟରରେ ଟାଇପ୍‌ ହୋଇଛି। ତାଙ୍କର ପ୍ରତ୍ୟେକ ଅକ୍ଷର ଆପଣଙ୍କୁ ମଧ୍ୟ ଆକର୍ଷିତ କରିବ। ବର୍ତ୍ତମାନ ପ୍ରକୃତିଙ୍କୁ ୧୭ ବର୍ଷ। ୧୪ ବର୍ଷ ବୟସରେ ସେ ନେପାଳର ସୈନିକ ରେସିଡେନ୍ସିଆଲ୍‌ କଲେଜରେ ଦଶମଶ୍ରେଣୀ ଅଧ୍ୟୟନ କରିଥିଲେ। ତାଙ୍କ ଲିଖିତ ପୃଷ୍ଠାଗୁଡ଼ିକ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। 

Advertisment

୨୦୨୨ରେ ନେପାଳରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଦୂତାବାସ ପ୍ରକୃତିଙ୍କ ବିଷୟରେ ଏକ ଟୁଇଟ୍‌ କରିଥିଲା। ପ୍ରକୃତି ଜଣେ ଅତ୍ୟନ୍ତ ମେଧାବୀ ଛାତ୍ରୀ। ତାଙ୍କ ହସ୍ତଲିଖନ ଶୈଳୀ ମଧ୍ୟ ବହୁତ ଭିନ୍ନ, ଯାହା ତାଙ୍କୁ ଆହୁରି ଅଧିକ ସୁନ୍ଦର କରିଥାଏ। ଯେତେବେଳେ ସେ କାଗଜରେ ଲେଖନ୍ତି, କମ୍ପ୍ୟୁଟରରେ ପ୍ରିଣ୍ଟ ହୋଇଥିବା ପରି ଦେଖାଯଏ। ଏପରିକି କୁହାଯାଏ, ସେ କମ୍ପ୍ୟୁଟର ଅପେକ୍ଷା ଭଲଲେଖନ୍ତି। ବିଶେଷଜ୍ଞମାନେ ମଧ୍ୟ ତାଙ୍କ ହସ୍ତଲିଖନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନୁସନ୍ଧାନ ମଧ୍ୟ କରାଯାଉଛି। ବିଶେଷଜ୍ଞମାନେ କହିଛନ୍ତି, ପ୍ରକୃତିଙ୍କ ହସ୍ତଲିଖନରେ ପ୍ରତ୍ୟେକ ଅକ୍ଷର ମଧ୍ୟରେ ଦୂରତା ସମାନ। ସେଥିପାଇଁ ଅକ୍ଷରଗୁଡ଼ିକ ସୁନ୍ଦର ଦେଖାଯାଏ। ଯେତେବେଳେ କି ଏହା ଅନ୍ୟମାନେ ଲେଖିପାରନ୍ତି ନାହିଁ। ତାଙ୍କ ହସ୍ତଲିଖନ କେବଳ ନେପାଳରେ ନୁହେଁ ସମଗ୍ର ବିଶ୍ୱରେ ସର୍ବୋତ୍ତମ। ପ୍ରକୃତି ତାଙ୍କର ଉତ୍କୃଷ୍ଟ ହସ୍ତଲିଖନ ପାଇଁ ନେପାଳ ସଶସ୍ତ୍ରବାହିନୀ ତରଫରୁ ଏକ ପୁରସ୍କାର ଗ୍ରହଣ କରିଛନ୍ତି। କିଛିଦିନ ପୂର୍ବରୁ ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ପ୍ରତ୍ୟେକ ଧାଡ଼ିକୁ ଅତି ଯତ୍ନର ସହିତ ଓ ସୁନ୍ଦର ଭାବରେ ଲେଖିଥିବା ଦେଖାଯାଇଥିଲା।