ଜୀବନ ନେଇଥିବା ଅଭିଶପ୍ତ ଚୌକିକୁ ୩୨୦ ବର୍ଷ ଧରି ଏହି କାରଣରୁ ମ୍ୟୁଜିୟମରେ ରଖାଯାଇଛି

ନୂଆଦିଲ୍ଲୀ: ବ୍ରିଟେନରେ ଏପରି ଏକ ଚୌକି ଅଛି, ଯାହାର ନାମ ‘ଡେଥ୍ ଚେୟାର‘ ରଖାଯାଇଛି। ଅର୍ଥାତ ଏହି ଚୌକିରେ ଯିଏ ବି ବସିଥିଲେ ତାଙ୍କର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି।

ଉତ୍ତର ୟର୍କଶାୟାରର ଥୋମାସ୍ ବଜବି ନାମରେ ଜଣେ ବ୍ୟକ୍ତି ଥିଲେ। ତାଙ୍କର ଜଣେ ସାଥୀ ଥିଲେ ଯାହାଙ୍କ ନାମ ଡେନିଏଲ ଓଟି ରହିଥିଲା। ଏଦୁହେଁ ନକଲି କଏନ ବେଆଇନ ଭାବେ ତିଆରି କରୁଥିଲେ। ଡେନିଏଲ ଥୋମାସଙ୍କ କେବଳ ‌ଯେ ସାଥୀ ଥିଲେ ତାହା ନୁହେଁ, ଥୋମାସ ତାଙ୍କ ଝିଅ ଏଲିଜାବେଥଙ୍କୁ ବିବାହ ମଧ୍ୟ କରିଥିଲେ।  ଦୁହେଁ ଶ୍ବଶୁର ଓ ଜ୍ବାଇଁ ହୋଇଯାଇଥିଲେ। ଏହାପରେ ଦୁହେଁ ଯେଉଁଆଡେ ବି ଯାଅନ୍ତି ସାଥୀ ହୋଇ ଯାଇଥାଆନ୍ତି। ଆଉ ପ୍ରତିଦିନ ଏକ ସ୍ଥାନକୁ ଯାଇ ମଦ ପିଇଥାଆନ୍ତି। ଏତିକି ବେଳେ ଥୋମାସ ଏକ ଚୌକିରେ ବସନ୍ତି। ଏହି ଚୌକିରେ ସେ କାହାକୁ ବି ବସାଇ ଦିଅନ୍ତି ନାହିଁ। ଯଦି ବି କିଏ କେବେ ଭୁଲରେ ବସିଥାଆନ୍ତି ଥୋମାସ ତାଙ୍କୁ ହଟାଇ ଦେଇ ନିଜେ ବସି ଯାଇଥାଆନ୍ତି।

ସୂଚନା ଅନୁସାରେ, ଏକଦା ଥୋମାସଙ୍କ ଡେନିଏଲଙ୍କ ସହିତ କୌଣସି କାରଣରୁ ନେଇ ଝଗଡ଼ା ହୋଇଯାଇଥିଲା। ଥୋମାସକୁ ଚିଡ଼ାଇବା ପାଇଁ ଡେନିଏଲ ତାଙ୍କ ଚୌକି ଉପରେ ବସି ପଡିଥିଲେ। କିନ୍ତୁ ଥୋମାସ ଏଥିପାଇଁ ଏତେ ରାଗିଗଲେ ଯେ ସେ ତାଙ୍କ ଶ୍ୱଶୁରଙ୍କ ଜୀବନ ନେଇଗଲେ। ଏହି ହତ୍ୟା ପରେ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା। ଆଉ ୧୭୦୪ ମସିହାରେ ତାଙ୍କୁ ଫାଶି ହୋଇଯାଇଥିଲା। ମରିବା ପୂର୍ବରୁ ଥୋମାସ ଅଭିଶାପ ଦେଇଥିଲେ, ଯିଏ ଏହି ଚୌକିରେ ବସିବ ସେ ମରିଯିବ।

ସେତେବେଳେ ଲୋକମାନେ ତାଙ୍କ ଅଭିଶାପକୁ ଗମ୍ଭୀରତାର ସହ ନେଇ ନଥିଲେ। ଲୋକମାନେ ଏହା ଉପରେ ବସିବାରେ ଭୁଲ୍ କରିବାକୁ ଲାଗିଲେ ଏବଂ କୌଣସି ନା କୌଣସି କାରଣରୁ ସେମାନଙ୍କ ଜୀବନ ଗଲା। ତେବେ ସେମାନଙ୍କ ଜୀବନ ଏହି ଚୌକିରେ ବସିବା ହେତୁ ଯାଇଛି ନା ଅନ୍ୟ କୌଣସି କାରଣରୁ ଯାଇଛି ସେ କଥା ଆଜିଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏସବୁ ଘଟଣା ପରେ ଶେଷରେ ଚୌକିକୁ ଏକ ସ୍ଥାନୀୟ ସଂଗ୍ରହାଳୟକୁ ଦେଇ ଦିଆଗଲା।

ଥିରସ୍କ ସଂଗ୍ରହାଳୟରେ ଏହି ଚୌକିକୁ ତଳେ ରଖିବା ପରିବର୍ତ୍ତେ ଛାତରେ ଟଙ୍ଗାଯାଇଛି। ଆଉ ଏହି ଚୌକିକୁ ଏକ ଅଭିଶପ୍ତ ଚୌକି କହି ତାର ଅଭିଶାପ କାହାଣୀ ମଧ୍ୟ ଲେଖାଯାଇଛି।

 

ସମ୍ବନ୍ଧିତ ଖବର