କଲେଜ ପରିସରରୁ ବାହାରିଲା ତିନିିଟି ବଡ଼ବଡ଼ ଅଜଗର

ଆହ୍ଲାବାଦ: ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଶ୍ୟାମ ପ୍ରସାଦ ମୁଖାର୍ଜୀ ଡିଗ୍ରୀ କଲେଜରୁ ପୁଣିଥରେ ଅଜଗର ଉଦ୍ଧାର କରାଯାଇଛି। ଏହି ଥରକ ୮ଫୁଟ ଲମ୍ବ ଓ ୩୩କିଲୋ ଓଜନର ଅଜଗର ବିଶ୍ୱବିଦ୍ୟାଳୟ ପରିସରରୁ ଧରା ଯାଇଛି। ଅଜଗରକୁ ଉଦ୍ଧାର କରିବା ପରେ ବନ ଅଧିକାରୀ ଯୁମନା ପାର୍କ ଜଙ୍ଗଲରେ ଛାଡ଼ି ଦେଇଥିଲେ।

ତେବେ ଅଜଗର ସମ୍ପର୍କରେ ଖବର ପାଇବା ପରେ ବନଜନ୍ତୁ ରକ୍ଷା କରୁଥିବା ବିକେ ମିଶ୍ରା ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ଏହି ଥରକ ଅଜଗରକୁ କାବୁ କରିବା ପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ତେବେ ଯାଇ ସେ ଅଜଗରକୁ କାବୁ କରି ପାରିଥିଲେ। ଏସପିଏମ୍‌ କଲେଜରେ ଗୋଟିଏ ସପ୍ତାହ ମଧ୍ୟରେ ଏହା ତୃତୀୟ ଥର ଅଜଗର ଉଦ୍ଧାର କରାଯାଇଛି। ଏହାପୂର୍ବରୁ ଦୁଇଥର କଲେଜ ପରିସରରେ ଅଜଗର ବୁଲୁଥିବାରୁ ଛାତ୍ରଛାତ୍ରୀମାନେ ଦେଖିବାକୁ ପାଇଥିଲେ।

ସୂଚନାଯୋଗ୍ୟ, କଲେଜ ପରିସରରେ ଦେଖାଯାଇଥିବା ଏହି ଅଜଗର ପ୍ରଥମେ କଲେଜ କାର୍ଯ୍ୟାଳୟ ହୋଇ ଚାନେଲ ଗେଟ ଦେଇ ପଶିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଛାତ୍ରଛାତ୍ରୀଙ୍କ ନିଜର ଏହି ଅଜଗର ଉପରେ ପଡ଼ିଥିଲା। କଲେଜରେ ବାରମ୍ବାର ଏଭଳି ଆକସ୍ମିକ ଅଜଗର ବାହାରିବା ଦେଖି କଲେଜ ଛାତ୍ରଛାତ୍ରୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ଅଜଗରକୁ ଦେଖି ଛାତ୍ରଛାତ୍ରୀ ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏହାପରେ ବିକେ ମିଶ୍ରା ଘଟଣାସ୍ଥଳରେ ପହଞ୍ଚି ଅଧାଘଣ୍ଟା ଭିତରେ ଅଜଗରକୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର