ନୂଆଦିଲ୍ଳୀ: ସ୍ବାମୀ-ସ୍ତ୍ରୀ ସଂପର୍କର କଥା ଉଠିଲେ ଶାରୀରିକ ସମନ୍ବୟ ଯେପରି ବାଧ୍ୟତାମୂଳକ ହୋଇପଡ଼େ। ସ୍ବାମୀ ଯେପରି ଦିଶନ୍ତି ସ୍ତ୍ରୀଙ୍କୁ ବି ସେପରି ଦିଶିବା ଉଚିତ ଓ ସ୍ତ୍ରୀ ଯେପରି ଦେଖିବାକୁ ସ୍ବାମୀଙ୍କ ଚେହେରା ମଧ୍ୟ ତାଙ୍କ ସହ ମେଳ ଖାଇବା ପରି ହେବା ଉଚିତ ବୋଲି ଲୋକଙ୍କ ଭାବନା। ହେଲେ ସବୁ ଦମ୍ପତିଙ୍କ କ୍ଷେତ୍ରରେ ସେପରି ହୋଇନଥାଏ। ଶାରୀରିକ ସମନ୍ବୟ ନଥିବା ସତ୍ତ୍ବେ ଅନେକ ଜଣ ପତି-ପତ୍ନୀ ହୋଇଥାନ୍ତି। ଆଜିକାଲି ସୋସିଆଲ୍ ମିଡିଆର ଯୁଗ ହୋଇଥିବାରୁ ସେପରି ଦମ୍ପତିମାନଙ୍କୁ ଅଧିକାଂଶ ସମୟରେ ଟ୍ରୋଲ୍ ହେବାକୁ ପଡ଼ିଥାଏ।
ଆମେରିକାର ଏପରି ଏକ ଘଟଣା ଆମ ସାମ୍ନାକୁ ଆସିଛି। ଯେଉଁଠି ଜଣେ ମହିଳା ନିଜ ବୟସରୁ କମ୍ ବୟସ୍କା ଦିଶୁଥିବା କାରଣରୁ ଲୋକେ ତାଙ୍କୁ ତାଙ୍କ ସ୍ବାମୀଙ୍କ ଝିଅ ବୋଲି ସାମ୍ବୋଧନ କରୁଛନ୍ତି। ମହିଳାଙ୍କର ବାସ୍ତବ ବୟସ ୩୧ ବର୍ଷ ହୋଇଥିବା ବେଳେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କୁ ୧୩ ବର୍ଷୀୟା ନାବାଳିକା ବୋଲି କହୁଛନ୍ତି।
ମହିଳାଙ୍କୁ ୩୧ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କୁ ୩୪ ବର୍ଷ। ସାଧାରଣ ଦମ୍ପତିମାନଙ୍କ ପରି ମହିଳା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ମଧ୍ୟ ମାତ୍ର ୩ ବର୍ଷର ବୟସ ବ୍ୟବଧାନ ରହିଛି। ମହିଳାଙ୍କର ୩ ପିଲା ଅଛନ୍ତି। ହେଲେ ଏସବୁ କଥା ସୋସିଆଲ୍ ମିଡିଆ ବ୍ୟବହାରକାରୀ ଗ୍ରହଣ କରିବାକୁ ଅପ୍ରସ୍ତୁତ।
ସୋସିଆଲ୍ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ତୁମେ ତୁମ ସ୍ବାମୀଙ୍କ ଝିଅ ପରି ଲାଗୁଛ। ଏପରି ଲାଗୁଛି ତମକୁ ମାତ୍ର ୧୩ ବର୍ଷ ବୟସ। ୧୩ ବର୍ଷ ବୟସରେ ଜଣେ ୩ ପିଲାଙ୍କ ମାଆ କିପରି ବନିପାରିବେ!