ଦୁଇହଜାର ବର୍ଷ ପୁରୁଣା କବରକୁ ଖୋଲିବା ପରେ ଦେଖିବାକୁ ମିଳିଲା ଏମିତି ଦୃଶ୍ୟ କି ପାଦ ତଳୁ ଖସିଗଲା ମାଟି

ନୂଆଦିଲ୍ଲୀ: ଇଜିପ୍ଟର ଆଲେକ୍‌ଜେଣ୍ଡ୍ରିଆ ସହରର ଏକ କବର ଖୋଲିବା ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା, କି ସେଠାରେ ଥିବା ସମସ୍ତଙ୍କ ପାଦତଳୁ ମାଟି ଖସିଗଲା ଭଳି ଲାଗିଥିଲା। ନଅଫୁଟ ଗଭୀର ରହସ୍ୟମୟୀ କବରକୁ ବହୁ ଚେତାବନୀ ପରେ ଖୋଲି ଦିଆଯାଇଥିଲା। ୨୦୦୦ ବର୍ଷ ପୁରୁଣା ଏହି କବରରେ ସମ୍ପୂର୍ଣ୍ଣ ଭାବେ ଶଢ଼ି ଯାଇଥିବା ତିନିଟି ମମି ମିଳିଥିଲା। ଏହି ତିନିଟି ମମି ଗ୍ରେନାଇଟର କବରରେ ଦୁର୍ଗନ୍ଧ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।

ସାଙ୍କେତିକ ଫଟୋ

ଏହାକୁ ଆଲେକ୍‌ଜେଣ୍ଡେରିଆ ସହରର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନ ବୋଲି କୁହାଯାଉଛି। ଏହି କବରକୁ ଖୋଲିଲା ବେଳେ ଲୋକମାନେ ବହୁତ ଭୟଭୀତ ହୋଇଯାଇଥିଲେ। କାରଣ ଏହି କବର ଅଭିଶପ୍ତ ଥିବାର ଡର ଥିଲା। ୧୯୨୨ରେ ରାଜା ତୁତନଖାମୁନ୍‌ଙ୍କ କବରକୁ ଖୋଲା ଯାଇଥିଲା। କବର ଖୋଦେଇ ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଏହା ଏକ ଅଭିଶପ୍ତ କବର ବୋଲି ଗୁଜବ ଖେଳି ଯାଇଥିଲା। ୨୦୦୦ବର୍ଷର ପରେ ଏହି ପୁରୁଣା କବରକୁ ଖୋଲି ଦିଆଯାଇଛି। କାହାକୁ କିଛି କ୍ଷତି ବି ପହଞ୍ଚି ନାହିଁ।

ସମ୍ବନ୍ଧିତ ଖବର