୩ ଜଣ ଇଞ୍ଜିନିୟର ମିଶି ଖୋଲିଲେ ଚା’ ଦୋକାନ, ବିକ୍ରି କରୁଛନ୍ତି ୫୦ ପ୍ରକାରର ଚା’

ପାଟନା : ଇଞ୍ଜିନିୟରିଂ ପାଠ ପଢ଼ି କିଛି ଅଲଗା ବୃତ୍ତିରେ ପଶିବା ଆଜିକାଲି କଛି ନୂଆ କଥା ନୁହେଁ । କିଛି ପିଲା ଇଞ୍ଜିନିୟର ପାଠ ସାରି ବଡ଼ କମ୍ପାନିରେ ଚାକିରି କରିବା ଅପେକ୍ଷା ଜନସେବାରେ ମନ ଦେଇଥାନ୍ତି । ଏଭଳି ଅନେକ ଖବର ଆମେ ଆପଣଙ୍କୁ ଦେଇ ସାରିଛୁ । ଆଜି ଆମେ ଯେଉଁ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ସେମାନଙ୍କ କାହାଣୀ କିଛି ନିଆରା । ପାଠପଢ଼ାକୁ କୌଣସି ଯନ୍ତ୍ରପାତି ଠିକ୍‌ କରାଇବାରେ ନ ଲଗାଇ ଚା’ ତିଆରିରେ ବ୍ୟବହାର
କରୁଛନ୍ତି ଏହି ୩ ଜଣ ଇଞ୍ଜିନିୟରିଂ ଛାତ୍ର । ନିଜ ବୁଦ୍ଧି ବଳରେ ସେମାନେ ୫୦ ପ୍ରକାରର ଚା’ ବନାଉଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

DBPOST

୨୦କପ୍‌ ଚା’ରୁ ନିଜର ବ୍ୟବସାୟ ସେମାନେ ଆରମ୍ଭ କରିଥିବା ବେଳେ ଏବେ ପ୍ରତିଦିନ ସେମାନେ ୭୦୦କପ ଚା’ ବିକ୍ରି କରୁଥିବା ଜଣାପଡ଼ିଛି । ନିଜେ ରୋଜଗାର କରିବା ସହ ଧୀରେ ଧୀରେ ଅନ୍ୟ ବେକାର ଯୁବକଙ୍କୁ ମଧ୍ୟ ସେମାନେ ଚାକିରି ଦେଉଥିବା ଜଣାପଡ଼ିଛି । ଦୁଇ ମାସ ପୂର୍ବରୁ ସେମାନେ ନିଜର ଚା’ ଦୋକାନ ଆରମ୍ଭ କରିଥିବା ବେଳେ ଏବେ ସେମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଇଞ୍ଜିନିୟର ସଞ୍ଜିତ୍‌ ସିଂ, ଉଜ୍ଜ୍ୱଲ କୁମାର ଏବଂ ମଧୁବନ ରଏ ମିଶି ଏହି ଚା’ ଦୋକାନ ଆରମ୍ଭ କରିଛନ୍ତି । ପାଠପଢ଼ା ସରିବା ପରେ ରାହୁଲଙ୍କୁ ଚା’ ଦୋକାନ ଖୋଲିବାର ବିଚାର ଆସିବା ପରେ ସେ ନିଜର ଦୁଇ ସାଙ୍ଗଙ୍କୁ ଏ ବିଷୟରେ ଜଣାଇଥିଲେ । ଏହା ପରେ ୩ଜଣ ମିଶି କେତେ ପ୍ରକାରର ଚା’ ତିଆରି କରି ପାରିବେ ସେ ନେଇ ଯୋଜନା ବନାଇଥିଲେ । ଏହି ୩ ଇଞ୍ଜିନିୟରଙ୍କ ଚା’ ଦୋକାନରେ ୫୦ପ୍ରକାରର ଚା’ ମିଳୁଥିବା ବେଳେ ୩୦ ପ୍ରକାରର କ୍ଷୀର ଚା’ ଏବଂ ୨୦ପ୍ରକାରର ବିନା କ୍ଷୀର ଚା’ ମିଳୁଥିବା ଜଣାପଡ଼ିଛି । ବିଭିନ୍ନ ପ୍ରକାରର ଚା’ ଥିବା ବେଳେ ୬ଟଙ୍କାରୁ ଆରମ୍ଭ କରି ୪୦ଟଙ୍କା ପର୍ଯ୍ୟନ୍ତ ଚା’ ବିକ୍ରି କରାଯାଉଛି । ଏହାରେ ମିଳୁଥିବା ଚା’ର ଭିନ୍ନ ଭିନ୍ନ ନାଁ ମଧ୍ୟ ରଖା ଯାଇଛି । ଇରାନୀ ଚା’,ଇରାନୀ ମଲାଇ ଚା’,ମସଲା ଚା’,ଗୋଲାପ ଜଳ ଚା’,କଶ୍ମୀରୀ ଚା’,ତୁଳସୀ ଚା’ ଇତ୍ୟାଦି ।

ସମ୍ବନ୍ଧିତ ଖବର