ନୂଆଦିଲ୍ଲୀ: ଲଟେରି ଜିତି କୋଟି କୋଟି ଟଙ୍କାର ମାଲିକ ବନିଥିବା ଅନେକ ବ୍ୟକ୍ତିଙ୍କୁ ଆପଣ ଜାଣିଥିବେ। ନିକଟରେ ଏକ ପରିବାରର ୩ ଜଣ ଲୋକ ଲଟେରି ଟିକେଟ୍‌ କିଣିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଯାକ ଲଟେରି ଜିତି ଯାଇଛନ୍ତି। ଲଟେରି ବାବଦକୁ ୩ ଜଣଙ୍କ ରାଶି ମିଶି ସମୁଦାୟ ୧.୨୩ କୋଟି ଟଙ୍କା ହୋଇଛି। ସେମାନେ ଏପରି ସଂଖ୍ୟା ବାଛିଥିଲେ ଯାହା ଫଳରେ ସବୁ ଲଟେରି ‌ଜିତିଗଲେ।

Advertisment

ମାମଲା ଆମେରିକାର ମୈରିଲାଣ୍ଡ୍‌ର। ସବୁଠାରୁ ପ୍ରଥମେ ୬୧  ବର୍ଷୀୟ ଜଣେ ବାପା ୮୨ ଟଙ୍କା ( ୧ ଡଲାର)‌ ଦେଇ ଏକ ଲଟେରି ଟିକେଟ୍‌ କିଣିଲେ। ସେ ଅକ୍ଟୋବର ୧୩ ତାରିଖରେ ଏକ ମଦ ଦୋକନରୁ କିଣିଥିଲେ। ମୈରିଲାଣ୍ଡ୍‌ ଲଟେରି ମୁତାବକ ‌ଏହି ଲଟେରିରେ ୫ ଜଣ ବିଜେତା ଘୋଷିତ ହୋଇଥାନ୍ତି। ବାପାଙ୍କ ପରେ ୨୮ ବର୍ଷୀୟା ଝିଅ ମଧ୍ୟ ସେହି ସମାନ ଦୋକାନରୁ ଅନ୍ୟ ଏକ ଲଟେରି ଟିକେଟ୍‌ କିଣିଥିଲେ। ତାପରେ ବ୍ୟକ୍ତିଙ୍କ ୩୧ ବର୍ଷୀୟ ପୁଅ ବି ଉକ୍ତ ମଦ ଦୋକାନରେ ପହଞ୍ଚିିଥିଲେ ଓ ସେ ବି ଏକ ଟିକେଟ୍‌ କିଣିଥିଲେ।

୧୩ ଅକ୍ଟୋବରରେ ହୋଇଥିବା ଏହି ଲଟେରିରେ ପରିବାରର ୩ ଜଣକ ଲୋକ ଜିତିଗଲେ। ଗଣମଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପରିବାରର ୩ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଲଟେରି ଟଙ୍କାରେ ଘର କିଣିବାକୁ ସ୍ଥିିର କରିଥିବା ବେଳେ ବାକି ୨ ଜଣ ଜିତିଥିବା ଟଙ୍କାକୁ ଇନ୍‌ଭେଷ୍ଟ୍‌ କରିବାକୁ ଚାହୁଁଥିଲେ।