ଗଳା କ୍ୟାନ୍‌ସର୍‌ର ୬ଟି ସଙ୍କେତ, ଏହାକୁ ଅଣଦେଖା କରନ୍ତୁ ନାହିଁ

ସାଧାରଣତଃ ଥଣ୍ଡାରେ ତଣ୍ଟି ବ୍ୟଥା ହୋଇଥାଏ। ବର୍ଷାଦିନେ ମଧ୍ୟ ଥଣ୍ଡା ଅଧିକ ହେଲେ ଗଳା ଦରଜ ହେବା ସହ ବେଳେବେଳେ ସ୍ୱର ମଧ୍ୟ ପରିବର୍ତ୍ତନ ହୁଏ। ହେଲେ ସବୁ ସମୟରେ ଥଣ୍ଡା ପାଇଁ କେବଳ ଗଳା ଦରଜ ହେଉଛି ଭାବନ୍ତୁ ନାହିଁ, ଏହା ବଡ଼ ସମସ୍ୟା କିମ୍ବା କ୍ୟାନ୍‌ସର୍‌ର ମଧ୍ୟ ସଙ୍କେତ ହୋଇଥାଇ ପାରେ। ତେବେ ଏଭଳି ସଙ୍କେତ ଦେଖାଦେଲେ ଅବହେଳା ନ କରି ଡାକ୍ତରଙ୍କ ସହ ନିଶ୍ଚିତ ସାକ୍ଷାତ କରନ୍ତୁ।

କଣ୍ଠସ୍ୱର ପରିବର୍ତ୍ତନ ହେବା ବା ଆବାଜ ମୋଟା ଶୁଭିବା।

ଖାଇଲାବେଳେ ଖାଦ୍ୟ ଗିଳିବାରେ ଅସୁବିଧା ଦେଖାଯିବା।

ଦୀର୍ଘ ସମୟ ପର୍ଯ୍ୟନ୍ତ ତଣ୍ଟିବ୍ୟଥା ରହିବା।

କାଶିବା ସମୟରେ କଫ ସହ ରକ୍ତ ପଡ଼ିବା।

ବେକରେ ଅଧିକ ସମୟ ଧରି ଦରଜ ଲାଗି ରହିବା

ଦୀର୍ଘ ସମୟ ଧରି କାନରେ ଦରଜ ରହିବା ମଧ୍ୟ ଗଳା କ୍ୟାନ୍‌ସର୍‌ର କାରଣ ହୋଇପାରେ।

ସମ୍ବନ୍ଧିତ ଖବର