ଧନ ,ସୁଖ ଶାନ୍ତି ଚାହାଁନ୍ତି ତ , ଗୁରୁବାର ଦିନ କରନ୍ତୁ ଏହି କାମ

ଗୁରୁବାର ଦନ ସାଧାରଣତଃ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରା ଯାଇଥାଏ । ହେଲେ ଏହି ଦିନଟି ଭଗବାନ ବିଷ୍ଣୁଙ୍କ ପାଇଁ ମଧ୍ୟ ସମର୍ପିତ । ଏହି ଦିନ ଚୁଳ କାଟିବା ଅନୁଚିତ । ଠିକ୍‌ ସେହିପରି ସାବୁନ ଓ ତେଲର ପ୍ରୟୋଗ ମଧ୍ୟ ବର୍ଜନୀୟ, କାରଣ ଏପରି କରିଲେ, ଧନ ଓ ବିଦ୍ୟା ହାନି ଘଟିଥାଏ ବୋଲି କୁହାଯାଏ ।
ଗୁରୁବାର ଦିନ ଜନ୍ମ ହୋଇଥିବା ଲୋକଙ୍କର ଉପରେ ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ଥାଏ । ଗୁରୁବାର ବ୍ରତ ରଖିଲେ ବୃହସ୍ପତି ଦେବଙ୍କର ଅନୁକଂପା ହେତୁ ଧନ-ସଂପତ୍ତି ବୃଦ୍ଧି ହୋଇଥାଏ । ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ । ମହିଳାମାନଙ୍କ ପାଇଁ ଗୁରୁବାର ବ୍ରତ ବିଶେଷ ଲାଭଦାୟକ ।

photo-oneindia

ଭଗବାନ ବିଷ୍ଣୁ ହେଉଛନ୍ତି ସୃଷ୍ଟିର ପାଳନ କର୍ତ୍ତା । ଏଣୁ ଯଦି ଆପଣ ଅତି ଦୁଃଖୀ ବା କଷ୍ଟ ଭୋଗ କରୁଛନ୍ତି, ତେବେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବା ଉଚିତ୍‌ । ଯଦି ବ୍ରତ ରଖିବା ଆପଣଙ୍କ ପକ୍ଷେ କଷ୍ଟ ସାଧ୍ୟ ବା ପୂଜାର୍ଚ୍ଚନା କରି ପାରୁନାହାନ୍ତି, ତେବେ ସକାଳେ ଉଠିବା ମାତ୍ରେ ନିମ୍ନୋକ୍ତ ମନ୍ତ୍ରମାନ ଉଚ୍ଚାରଣ ପୂର୍ବକ ଜପ କରନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।
ଉତ୍ତରୋତ୍ତର ଉନ୍ନତି ଲାଗି ମନ୍ତ୍ର- ଓଁ ନାରାୟଣାୟ ବିଦ୍ମହେ, ବାସୁଦେବାୟ ଧୀମହି, ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍‌
ସୁଖ ଶାନ୍ତି ପ୍ରାପ୍ତି ନିମିତ୍ତ ମନ୍ତ୍ର-
ଓଁ ନମୋ ଭଗବତେ ବାସୁଦେବାୟ
ଶକ୍ତି ଓ ମାନସିକ ଚାପରୁ ମୁକ୍ତ ରହିବା ପାଇଁ ମନ୍ତ୍ର-
ଓଁ ଆଂ ସଂକର୍ଷଣାୟ ନମଃ. ଓଁ ଅଂ ପ୍ରଦ୍ୟୁମ୍ନାୟ ନମଃ. ଓଁ ଅଃ ଅନିରୁଦ୍ଧାୟ ନମଃ, ଓଁ ନାରାୟଣାୟ ନମଃ ।

photo–oneindia

ଧନ ଲାଭ ପାଇଁ ମନ୍ତ୍ର:
ଓଁ ହ୍ଳୀଂ କାର୍ତବିର୍ଯ୍ୟାର୍ଜୁନୋ ନାମ ରାଜା ବାହୁ ସହସ୍ରବାନ୍‌ ଯସ୍ୟ ସ୍ମରେଣ ମାତ୍ରେଣ ହୃତଂ ନଷ୍ଟଂ ଚ ଲଭ୍ୟତେ ।

ସମ୍ବନ୍ଧିତ ଖବର