ଦେଖନ୍ତୁ, କିପରି ଗୋଟିଏ ଘରୁ ବାହାରି ଆଉ ଗୋଟେ ଘରେ ପଶୁଛି ବାଘ; ଗ୍ରାମବାସୀ ଭୟଭୀତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଇଏଫଏସ୍ ସୁଶାନ୍ତ ନନ୍ଦା  ବାଘର ଏକ ଭିଡିଓକୁ ଟୁଇଟରରେ ସେୟାର କରିବା ପରେ ଏହା ଭାଇରାଲ ହୋଇଯାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ବାଘ ଗୋଟିଏ ଘର ଭିତରୁ ବାହାରି ଅନ୍ୟ ଏକ ଘରେ ପ୍ରବେଶ କରୁଛି। ବାଘକୁ ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ାଦୌଡ଼ି ପଳାଉଥିବା ଦେଖିବାକୁ ମିଳୁଛି। ୪ ସେକେଣ୍ଡର ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଏହି ଭିଡିଓକୁ ପୁରୁଣା ବୋଲି କହୁଛନ୍ତି।

ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ ଲେଖିଛନ୍ତି, ‘ପୂର୍ବରୁ ଏଭଳି ଭାବେ ଗାଁ ଭିତରକୁ ଏକ ସିଂହ ପଶି ଆସିବା ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିବା ଆମେ ଦେଖିଛେ। ଏଥର ଏକ ବାଘ ଗାଁ ଭିତରକୁ ପଶି ଲୋକଙ୍କୁ ଭୟଭୀତ କରିଛି। ’ ଏଥିସହ ସୁଶାନ୍ତ ସୂଚନା ଦେଇଛନ୍ତି ଯେ ଏହି ଭିଡିଓ ଭାରତର କୌଣସି ଏକ ସ୍ଥାନରୁ ଆସିଛି।

Tiger Enters In Home Villagers Shocked And Run Video Goes Viral ...
NewsBust India

ଜୁନ୍‌ ୨୨ ସକାଳେ ସୁଶାନ୍ତ ଏହି ଭିଡିଓ ଟୁଇଟରରେ ପୋଷ୍ଟ କରିଥିଲେ, ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଭ୍ୟୁ ରହିଛି। ଏହି ଭିଡିଓକୁ ଏଯାବତ ୮୦ରୁ ଅଧିକ ଲାଇକ୍‌ ଏବଂ ୨୦ରୁ ଅଧିକ ରି-ଟୁଇଟ କରାଯାଇ ସାରିଲାଣି।

ସମ୍ବନ୍ଧିତ ଖବର