ନାଗପୁର: ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର ଛଅଟି ଜିଲ୍ଲା ଦେଇ ଗୋଟାଏ ତରୁଣ ବାଘ ୧୩୦୦ କିଲୋମିଟରରୁ ଅଧିକ ପଥ ଚାଲି ମହାରାଷ୍ଟ୍ରର ବୁଲଧନା ଜିଲ୍ଲାସ୍ଥିତ ଦ୍ନିୟାଗଙ୍ଗା ଅଭୟାରଣ୍ୟରେ ପହଞ୍ଚିଥିବା କଥା ରବିବାର ଦିନ ଜଣେ ବନ ଅଧିକାରୀ କହିଛନ୍ତି।
ରେଡିଓ କଲାର୍ ଲାଗିଥିବା ‘ଟିଡବ୍ଲୁଏସ୍-ଟି୧-ସି୧’ ନାମକ ଏହି ବାଘ ନିଜର ଜନ୍ମସ୍ଥାନ ମହାରାଷ୍ଟ୍ରର ଯବତମଲ ଜିଲ୍ଲା ଅନ୍ତର୍ଗତ ତିପେଶ୍ୱର ବ୍ୟାଘ୍ର ଅଭୟାରଣ୍ୟରୁ ଯାଇ ନୂତନ ଇଲାକାରେ ପହଞ୍ଚିବାକୁ ପ୍ରାୟ ୧୫୦ ଦିନ ସମୟ ନେଇଛି।
୨୦୧୯ ମସିହା ଜୁନ୍ ମାସରେ ‘ଟିଡବ୍ଲୁଏସ୍-ଟି୧-ସି୧’ ତିପେଶ୍ୱର ଅଭୟାରଣ୍ୟ ଛାଡ଼ିଥିଲା। ଏହାପରେ ପାନ୍ଧରକାଓଡ଼ା ଡିଭିଜନ ଅତିକ୍ରମ କରି ଅମ୍ବଦିଘାଟ ଏବଂ କିନ୍ଓ୍ଵାତ୍ ବଣ ଦେଇ ସି୧ ଅଦିଲାବାଦ ଡିଭିଜନ୍ରେ ପହଞ୍ଚିଥିଲା।
ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସେ ଅଦିଲାବାଦ ଏବଂ ନନ୍ଦେଦ ଡିଭିଜନ୍ର ବଣ ଅଞ୍ଚଳରେ ବହୁ ସମୟ ବିତାଇବା ପରେ ସେ ସ୍ୱଳ୍ପକାଳ ପାଇଁ ପାଇନଗଙ୍ଗା ଅଭୟାରଣ୍ୟକୁ ଯାଇଥିଲା। ପରେ ଅକ୍ଟୋବର ମାସରେ ସି୧ ସେଠାରୁ ବାହାରି ପୁସାଦ ଡିଭିଜନ୍ ଏବଂ ତା’ପରେ ଇସାପୁର ଅଭୟାରଣ୍ୟକୁ ଗଲା। ଅକ୍ଟୋବର ଶେଷ ସପ୍ତାହରେ ସି୧ ମରାଠଓ୍ଵାଡ଼ା ଜିଲ୍ଲାର ହିଙ୍ଗୋଳିରେ ପ୍ରବେଶ କଲା।
Image Source: Overseas Adventure Travelହିଙ୍ଗୋଳିରୁ ସି୧ ଗଲା ଓ୍ଵାଶିମ୍ ଜିଲ୍ଲା ଏବଂ ସେଠାରୁ ଅକୋଲା ଡିଭିଜନ୍ ଦେଇ ପହଞ୍ଚିଲା ବୁଲଧନାରେ। ଡିସେମ୍ବର ୧ ତାରିଖରେ ଚିଖାଲି ଏବଂ ଖାମଗାଓଁର ଅତି ନିକଟରେ ପହଞ୍ଚିବା ପରେ ସି୧ ପ୍ରବେଶ କରିଛି ଦ୍ନିୟାଗଙ୍ଗା ଅଭୟାରଣ୍ୟରେ।
ଏଇ ୧୩୦୦ କିଲୋମିଟର ପଥ ଅତିକ୍ରମ କରିବା ସମୟରେ ସେ ତରୁଣ ବାଘ ଦୁଇ ରାଜ୍ୟର ଛଅ ଜିଲ୍ଲାର ଶହ ଶହ ଗାଁ, ଚାଷଜମି ଏବଂ ଜନପଦ ଦେଇ ଆସିଥିଲେ ବି ମଣିଷମାନଙ୍କ ସହ ବିବାଦ କରିନାହିଁ। କେବଳ ଯାହା କେତୋଟି ଗାଈଗୋରୁ ମାରିଛି।
ସାଧାରଣତଃ ନିଜର ନୂତନ ସାମ୍ରାଜ୍ୟ ଅନେ୍ଵଷଣରେ ବାଘମାନେ ଏତେ ଦୂର ବୁଲାବୁଲି କରୁଥିବା କଥା ଏ ସଂକ୍ରାନ୍ତରେ ଅଧ୍ୟୟନ କରୁଥିବା ପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/tiger.jpg)