ଜେଲରେ ରହିବାକୁ ଚାହାଁନ୍ତି ତ , ମାତ୍ର ୫୦୦ ଟଙ୍କାରେ ମିଳିବ ସୁଯୋଗ

ନୂଆଦିଲ୍ଲୀ:ଯଦି ଆପଣ  ଜେଲ ଭିତରର ଜୀବନକୁ ଅନୁଭବ କରିବାକୁ ଚାହାଁନ୍ତି,ତେବେ ଆପଣଙ୍କର ଏହି ଇଚ୍ଛା ସହଜରେ ପୂରଣ ହେବ। ଆପଣ କୌଣସି ଅପରାଧ କରି ନଥିବେ,ମାତ୍ର ନିଜ ଇଚ୍ଛାରେ ତିହାର ଜେଲରେ ରାତି ବିତାଇବାକୁ ଚାହିଁବେ,ତେବେ ଆପଣଙ୍କୁ ଏହା ବାବଦରେ ମାତ୍ର ୫୦୦ ଟଙ୍କା ଦେବାକୁ ପଡ଼ିବ। ତିହାର ପ୍ରଶାସନ ଜେଲର ଅନୁଭୂତିକୁ ବାଣ୍ଟିବା ପାଇଁ ଏହି ଅଭିନବ ଯୋଜନା କରିଛନ୍ତି।

ତିହାର ଜେଲର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରଶାସନ ଏବେ ‘ଫିଲ ଦ ଜେଲ୍‌ କନ୍‌ସେପ୍ଟ’ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ପୂର୍ତ୍ତବିଭାଗକୁ ଚାରିଟି ସ୍ୱତନ୍ତ୍ର କୋଠରୀ ନିର୍ମାଣ କରିବାକୁ କୁହାଯାଇଛି। ଇତିମଧ୍ୟରେ ସେହି କାମ ମଧ୍ୟ ହୋଇଯାଇଛି। ଏହି ସ୍ପେଶାଲ ଚାରିଟି କୋଠରୀ ତିହାର ଜେଲ ହେଡକ୍ୱାର୍ଟର ପାଖରେ ଥିବା କୋର୍ଟ କଂପ୍ଲେକ୍ସରେ ନିର୍ମିତ ହେଉଛି। ପ୍ରତି କୋଠରୀରେ ପାଞ୍ଚ ଜଣ ଲୋକଙ୍କୁ  ରଖାଯିବାର ବନ୍ଦୋବସ୍ତ କରାଯାଇଛି। ଏହିପରିଭାବେ ଗୋଟିଏ ରାତିରେ ୨୦ ଜଣ ଲୋକ ଜେଲରେ କଏଦୀ ଜୀବନ ବିତାଇପାରିବେ ଓ

ସେମାନେ କଏଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଖାଇବେ। ଏମାନଙ୍କ ପାଇଁ ଜେଲରେ ଶୋଇବା ଲାଗି ଗଦି ବା ବେଡ୍‌ ମିଳିବ ନାହିଁ। କଏଦୀମାନଙ୍କ ଭଳି ଭୂଇଁରେ ଶୋଇବେ ଏମାନେ। ବର୍ତ୍ତମାନ ଯେଉଁ ବ୍ୟବସ୍ଥାର ପ୍ରଚଳନ କରାଯାଇଛି, ସେଠାରେ କେବଳ ପୁରୁଷ କଏଦୀ ହିଁ ରହିବେ।

 

ସମ୍ବନ୍ଧିତ ଖବର