ହାତଘଡ଼ିରୁ ଜଣାପଡ଼ିବ ଆୟୁଷ : କେଉଁ ବର୍ଷ, କେଉଁ ମାସ, କେତେ ମିନିଟ୍‌ ଓ କେତେ ସେକେଣ୍ଡ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବ ଜଣାପିଡ଼ିବ ଏହି ଘଡ଼ିରୁ

ସମ୍ପ୍ରତି ବୈଜ୍ଞାନିକମାନେ ଏକ ଡିଜିଟାଲ୍‌ ହାତ ଘଡ଼ି ପ୍ରସ୍ତୁତ କରିଛନ୍ତି, ଯାହା ଆପଣଙ୍କ ଆୟୁଷ ବିଷୟରେ ଠିକ୍‌ ତଥ୍ୟ ଦେଇପାରିବ। କେଉଁ ବର୍ଷ, କେଉଁ ମାସ, କେତେ ମିନିଟ୍‌ ଓ କେତେ ସେକେଣ୍ଡ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବ, ଏହି ଘଡ଼ିରୁ ଜଣାପିଡ଼ିବ। ଏହି ଘଡ଼ିକୁ ପିନ୍ଧୁଥିବା ବ୍ୟକ୍ତିଙ୍କୁ ‘ଟିକ୍କର’ କୁହାଯାଏ। ତେବେ ଟିକ୍କରଙ୍କୁ ସ୍ୱାସ୍ଥ୍ୟ ଇତିହାସ ଓ ବୟସ ବିଷୟକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଏହି ତଥ୍ୟକୁ ଆଧାର କରି ଘଡ଼ି, ମୃତ୍ୟୁ ସମୟ ସ୍ଥିର କରିଥାଏ।

abcnews.go.com

ସମୟର ମୂଲ୍ୟ ବୁଝୁଥିବା ମଣିଷ ଏ ଦୁନିଆରେ ଖୁବ୍‌ କମ୍‌। ତେଣୁ ଜୀବନର ମୂଲ୍ୟବାନ ସମୟ ନଷ୍ଟ ନ କରିବାକୁ ଲୋକଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଘଡ଼ି ପ୍ରସ୍ତୁତ କରାଯାଇଛି ବୋଲି ଏହାର ନିର୍ମାତା କହିଛନ୍ତି। ନିଜର ମୃତ୍ୟୁ ବିଷୟରେ ଆଗୁଆ ଜାଣିଥିବା ବ୍ୟକ୍ତି ପ୍ରତିଟି ମୁହୂର୍ତ୍ତର ଗୁରୁତ୍ୱ ବୁଝିବା ସହିତ ଭଲ କାମ କରି ଭଲ ମଣିଷ ହେବାକୁ ଚେଷ୍ଟା କରିଥାନ୍ତି ବୋଲି ନିର୍ମାତା ଫ୍ରେଡିକ୍‌ କଲ୍ଟିଂ କହିଛନ୍ତି। ଘଡ଼ି ସହିତ ଏକ ପ୍ରଶ୍ନାବଳୀ ‘ଏବାଉଟ୍‌ ଟାଇମ୍‌’ ବୁକଲେଟ୍‌ ମିଳୁଛି, ଯାହା ଟିକ୍କର୍‌ଙ୍କ ହାତରେ ଥିବା ସମୟ ହିସାବ କରିବାରେ ସହାୟକ ହୁଏ।

ସମ୍ବନ୍ଧିତ ଖବର