ସାନ ଭାଇକୁ ହସାଇବା ମହଙ୍ଗା ପଡ଼ିଲା, ମୁହଁରେ ଫସିଗଲା ମାଉଥ୍‌ ଅରଗାନ୍‌

ନୂଆଦିଲ୍ଲୀ: ଆଜିକାଲି ଯୁବପିଢି ଟିକ-ଟକ୍‌ ମାୟାରେ ବାୟା। ଏହି ଟିକ୍‌-ଟକ୍‌ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଅନେକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟିକ୍‌-ଟକ୍‌ ଭିଡିଓ ପ୍ରସ୍ତୁତ କରି ମଜା କରୁକରୁ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଉଥିବାର ଖବର ପୂର୍ବରୁ ପ୍ରକାଶ ବି ପାଇଛି। ଏହି କ୍ରମରେ ଜଣେ ଯୁବତୀଙ୍କୁ ତାଙ୍କ ସାନ ଭାଇକୁ ହସାଇବା ମହଙ୍ଗା ପଡ଼ିଛି। କାନାଡାର ମୋଲି ଓ’ବ୍ରାଇନ୍‌ ନାମକ ଜଣେ ହାଇସ୍କୁଲ ଛାତ୍ରୀ ମାଉଥ୍‌ ଅରଗାନ୍‌ ବଜାଇ ଟିକଟକ୍‌ ଭିଡିଓ କରୁଥିବାବେଳେ ତାଙ୍କ ପାଟିରେ ତାହା ଫସି  ଯାଇଥିଲା।

@mollieobriengoing to cheo to get my harmonica removed… #foryou #fyp #foryoupage #dissapointment #failure #mymomdoesntloveme #idiot♬ I just did a bad thing bill wurtz – cameron.tr

ମୋଲି ଟିକ୍‌-ଟକ୍‌ରେ ପାଟିରେ ଫସି ଯାଇଥିବା ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ମୁଁ ବହୁତ ବଡ଼ ଭୁଲ କରି ଦେଇଥିଲି। ଏହି ଭୁଲ ହେତୁ ଇଣ୍ଟରନେଟରେ ଏହି ଭିଡିଓଟି ଭାଇରାଲ ବି ହୋଇଯାଇଛି। ମୁଁ ମୋର ସାନ ଭାଇକୁ ହସାଇବା ପାଇଁ ମାଉଥ୍‌ ଅରଗାନ୍‌ ବଜାଇ ଟିକ୍‌-ଟକ୍‌ ଭିଡିଓ କରୁଥିଲି। ଏହି ସମୟରେ ମାଉଥ୍‌ ଅରଗାନ୍‌ଟି ମୋର ପାଟିରେ ଫସି ଯାଇଥିଲା। ବହୁତ ଯନ୍ତ୍ରଣା ହେବାରୁ ତୁରନ୍ତ ହସ୍ପିଟାଲ ଯାଇଥିଲି। ସେଠାରେ ଡାକ୍ତର ସର୍ଜରୀ କରି ପାଟିରୁ ମାଉଥ୍‌ ଅରଗାନ୍‌ ବାହାର କରିବା ପରେ ଅଶ୍ବସ୍ତ ହୋଇଥିଲି।’

navbharattime

ଟିକ୍‌ଟକ୍‌ରେ ମୋଲି @mollieobrien ନାମରେ ରହିଛନ୍ତି। ତାଙ୍କର ୨୬ହଜାର ଫଲୋୟର୍ସ ଥିବା ବେଳେ ୧୦ହଜାର ଊର୍ଧ୍ୱ ଲୋକ ତାଙ୍କର ଏହି ଭିଡିଓକୁ ଲାଇକ୍‌ ବି କରିଛନ୍ତି। ଏଥିସହିତ ୨୦ହଜାର ଲୋକ ଏହି ଭିଡିଓକୁ ଦେଖିବା ପରେ ପ୍ରତିକ୍ରିୟା ଦେଇଛନ୍ତି। ମୋଲିଙ୍କ ଏହା ‘ଟିକ୍‌-ଟକ୍‌’ ପ୍ଲାର୍ଟଫର୍ମରେ ତୃତୀୟ ଭିଡିଓ ଥିଲା।

ସମ୍ବନ୍ଧିତ ଖବର