ନୂଆଦିଲ୍ଲୀ: ‘ଟିକ୍‌ ଟକ୍‌’ର ’୭୫ ହାର୍ଡ’ ଫିଟ୍‌ନେସ୍‌  ବା ‘ଦୈନିକ ଏକ ଗ୍ୟାଲନ୍‌ ପାଣି ପିଆ ଫିଟ୍‌ନେସ୍‌ ଚାଲେଞ୍ଜ୍‌ରେ ଅଂଶ ଗ୍ରହଣ କରିଥିବା କାନାଡାର ଜଣେ ମହିଳା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

Advertisment

’୭୫ ହାର୍ଡ’ ନାମକ ଏହି ଚାଲେଞ୍ଜ୍‌ରେ ଅଂଶ ଗ୍ରହଣକାରୀମାନଙ୍କୁ ଦୈନିକ ୪ ଲିଟର କରି ୭୫ ଦିନ ପର୍ଯ୍ୟନ୍ତ ପାଣି ପିଇବାକୁ ପଡ଼େ। ଆଣ୍ଡି ଫ୍ରିଜେଲା ନାମରେ ଜଣେ ‘ୟୁଟ୍ୟୁବର୍‌’ ପ୍ରଥମେ ଏହି ଚାଲେଞ୍ଜ୍‌ ଆରମ୍ଭ କରିଥିଲେ।

ଗତ ସୋମାବର ଦିନ ନିଜ ଅନୁଭୂତି ବଖାଣି ମିସେଲ୍‌ ଫେୟାର୍‌ବର୍ଣ୍ଣ ନାମକ ସେ ମହିଳା କହିଛନ୍ତି, ମୁଁ ‘୭୫’ ହାର୍ଡରେ ଭାଗ ନେଇଥିବାରୁ ବହୁ ପରିମାଣର ପାଣି ପିଉଥିଲି। କିନ୍ତୁ, ମୋର କ’ଣ ହେଲା ମୁଁ ଜାଣେନି। ଭାବୁଛି ଦେହରେ ଜଳ ବହୁଳତାଜନିତ ବିଷକ୍ରିୟା ହୋଇଗଲା। ତେଣୁ, ଆଜି ମୁଁ ଆଉ ଚାଲେଞ୍ଜ୍‌ରେ ଭାଗ ନେବି ନାହିଁ।

publive-image Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଲେଞ୍ଜ୍‌ର ଦ୍ବାଦଶ ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ତାଙ୍କ ଦେହ ଭଲ ଲାଗିଲା ନାହିଁ। ରାତିରେ ଅନେକ ଥର ତାଙ୍କୁ ବାଥ୍‌ ରୁମ୍‌ ଯିବାକୁ ପଡ଼ିଲା। ସକାଳେ ସେ ଖାଇ ପାରିଲେ ନାହିଁ, ବାନ୍ତି ବାନ୍ତି ଓ ଦୁର୍ବଳିଆ ଲାଗିଲା। ପରିଶେଷରେ ସେ ଡାକ୍ତରଖାନା ଗଲେ।

କେତେଗୁଡ଼ିଏ ପରୀକ୍ଷାନିରୀକ୍ଷା କରିବା ପରେ ଡାକ୍ତରମାନେ ତାଙ୍କୁ କହିଲେ ଯେ, ତାଙ୍କ ଦେହରୁ ଅତିରିକ୍ତ ପରିମାଣର ‘ସୋଡିୟମ୍‌’ କ୍ଷୟ ହୋଇଯାଇଛି। ତେଣୁ, ଦୈନିକ ମାତ୍ର ଅଧ ଲିଟର୍‌ ପାଣି ପିଇବାକୁ ସେମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି।

ଏବେ ଫେୟାର୍‌ବର୍ଣ୍ଣ କ୍ରମଶଃ ସୁସ୍ଥ ହେଉଛନ୍ତି।