ଆଜକୁ ପ୍ରାୟ ୧,୩୮୦ କୋଟି ବର୍ଷ ତଳେ ‘ବିଗ୍ ବ୍ୟାଙ୍ଗ’ରୁ ହିଁ ସାରା ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିବା କଥା ଆମେ ଜାଣିଛନ୍ତି। ତେବେ ବ୍ରହ୍ମାଣ୍ଡ ସୃଷ୍ଟିର ଶହେ କୋଟି ବର୍ଷ ବେଳକୁ ସମୟର ଗତି ବର୍ତ୍ତମାନ ତୁଳନାରେ ଉଲ୍ଲେଖନୀୟ ଭାବେ ମନ୍ଥର ଥିଲା ବୋଲି ସିଡ୍ନି ବିଶ୍ବବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଜାଣିପାରିଛନ୍ତି। ୧୯୦ଟି ଭୀଷଣ ଭୟଙ୍କର କୃଷ୍ଣଗର୍ତ୍ତକୁ ଅନୁଧ୍ୟାନ କରି ସେମାନେ ଏହି ନିର୍ଯାସରେ ପହଞ୍ଚିଛନ୍ତି। ଅନ୍ତରୀକ୍ଷବିଜ୍ଞାନୀମାନଙ୍କ ଆକଳନ ଅନୁସାରେ, ସୁଦୂର ଅତୀତରେ ଅର୍ଥାତ୍ ବ୍ରହ୍ମାଣ୍ଡକୁ ଯେତେବେଳେ ଶହେ କୋଟି ବର୍ଷ ହୋଇଥିଲା, ସେତେବେଳେ ପ୍ରତ୍ୟେକ ବସ୍ତୁ ବର୍ତ୍ତମାନ ଅପେକ୍ଷା ପାଞ୍ଚଗୁଣା ଧୀର ଥିଲେ। ସେମାନଙ୍କର ଏହି ସଦ୍ୟ ସିଦ୍ଧାନ୍ତ ଆଲବର୍ଟ ଆଇନଷ୍ଟାଇନ୍ଙ୍କ ଚର୍ଚ୍ଚିତ ଆପେକ୍ଷିକ ତତ୍ତ୍ବକୁ ସମର୍ଥନ କରୁଛି। ପୂର୍ବରୁ ଗବେଷକମାନେ ସୁପରନୋଭା ନାମକ ଅତି ଉଜ୍ଜ୍ବଳ ନକ୍ଷତ୍ର ବିସ୍ଫୋରଣକୁ ନିରୀକ୍ଷଣ କରି ବର୍ତ୍ତମାନର ବିଶ୍ବ ତାହାର ଅଧା ବୟସର ହେଲା ବେଳକୁ ଅର୍ଥାତ୍ ପ୍ରାୟ ୬୯୦ କୋଟି ବର୍ଷ ତଳେ ସମୟର ବେଗ ବର୍ତ୍ତମାନ ଅପେକ୍ଷା ପ୍ରାୟ ଅଧା ମନ୍ଥର ଥିଲା ବୋଲି ଗଣନା କରିଥିଲେ। ଏହି ସମୟ ତାରତମ୍ୟ ପ୍ରକ୍ରିୟାକୁ ମହାଜାଗତିକ ସମୟ ବିସ୍ତାର ବୋଲି କୁହାଯାଉଛି।
ବ୍ରହ୍ମାଣ୍ଡ ସୃଷ୍ଟି ବେଳେ ଧୀରେ ଚାଲୁଥିଲା ସମୟ
/sambad/media/post_attachments/wp-content/uploads/2023/07/4654sfh65hfshfhfhfh.jpg)